ଓଡିଶା

odisha

ETV Bharat / sports

ସ୍ବର୍ଣ୍ଣ ପଦକ ସମାଲୋଚକଙ୍କ ପାଇଁ ଉତ୍ତର: ଦୂତି - ୱାର୍ଲ୍ଡ ୟୁନିଭରସିଟି ଗେମ୍ସ

ୱାର୍ଲ୍ଡ ୟୁନିଭରସିଟି ଗେମ୍ସର 100 ମିଟର ରେସ୍‌ରେ ସ୍ବର୍ଣ୍ଣ ହାତେଇ ଦେଶର ପ୍ରଥମ ଧାବିକା ବନିଛନ୍ତି ଦୂତି ଚାନ୍ଦ । ତେବେ ଦୂତିଙ୍କ ଏହି ସଫଳତା ପରେ ଆମ ପ୍ରତିନିଧି ତାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଥିଲେ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

By

Published : Jul 16, 2019, 9:20 PM IST

ଭୁବନେଶ୍ବର: ୱାର୍ଲ୍ଡ ୟୁନିଭରସିଟି ଗେମ୍ସର 100 ମିଟର ରେସ୍‌ରେ ସ୍ବର୍ଣ୍ଣ ହାତେଇ ଦେଶର ପ୍ରଥମ ଧାବିକା ବନିଛନ୍ତି ଦୂତି ଚାନ୍ଦ । ତେବେ ଦୂତିଙ୍କ ଏହି ସଫଳତା ପରେ ଆମ ପ୍ରତିନିଧି ତାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଥିଲେ । ଏଥିରେ ଦୂତି କହିଛନ୍ତି, ଘାତ ପ୍ରତି ପରେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିବା ସମଲୋଚକଙ୍କୁ ମୋର ଉତ୍ତର ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ତେବେ କିଛି ଦିନ ପୂର୍ବରୁ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚା ପରିସରକୁ ଆସିଥିବା ଦୂତିଙ୍କୁ ବହୁ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଆଉ ପ୍ରତିଯୋଗିତା ପରେ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି, ଅନ୍ୟମାନଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କିଛି ମନ୍ତବ୍ୟ ନ ଦେବା ପାଇଁ । ସେହିପରି ଟୋକିଓ ଅଲମ୍ପିକ୍‌ ପାଇଁ ସେ ନିଜ ପ୍ରସ୍ତୁତି ଜାରି ରଖିଥିବା କହିଛନ୍ତି । ତେବେ ରାଜ୍ୟ ସରକାରଙ୍କଠାରୁ ମିଳୁଥିବା ସାହାଯ୍ୟ ବ୍ୟତୀତ୍ ଅନ୍ୟ କୌଣସି ବେସରକାରୀ ସଂସ୍ଥା ଯଦି ତାଙ୍କୁ ସାହାଯ୍ୟ କରନ୍ତି, ତେବେ ବିଦେଶର ତାଙ୍କର ପ୍ରସ୍ତୁତି ଆହୁରି ସହଜ ହୋଇ ପାରିବ ବୋଲି ଦୂତୀ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details