ନୂଆଦିଲ୍ଲୀ: ଫ୍ରାନ୍ସର ନାଲଟେସ ଠାରେ ଖେଳାଯାଉଥିବା, ଆଲେକ୍ସିସ ଭାଷ୍ଟିନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ଅମିତ ପଙ୍ଘଲ, କବିନ୍ଦର ସିଂ ବିଷ୍ଟ ଓ ସଞ୍ଜିତ ।
ତେବେ ସେମିଫାଇନାଲ ମୁକାବିଲାରେ 4ଥର ଏସିଆ ଚ଼ମ୍ପିଆନସିପ ପଦକ ବିଜେତା ଶିବା ଥାପ୍ପା (63 କିଗ୍ରା) ବର୍ଗରେ ପରାସ୍ତ ହେବା ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଲୋଉନିସ ହାମ୍ରାଓଇଙ୍କ ଠାରୁ 2-1 ସେଟରେ ଥାପ୍ପାଙ୍କୁ ପରାଜୟ ମିଳିଥିଲା ।