ରୋହତକ(ହରିୟାଣା): ମହାମାରୀ କୋଭିଡ -19 ଯୋଗୁଁ ଲକଡାଉନରେ ଫସି ନିରାଶ ହୋଇଥିବା ବକ୍ସର ଅମିତ ପଙ୍ଘଲ ଜର୍ମାନୀରେ ହୋଇଥିବା ବକ୍ସିଂ ବିଶ୍ବକପରେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । କୋଲନରେ ଇତିହାସ ରଚିବା ପରେ ଅମିତଙ୍କ ଗାଁରେ ଖୁସିର ଲହରୀ ଖେଳିଯାଇଛି । ସଂପର୍କୀୟ ଓ ପଡୋଶୀ ଲଡୁ ବାଣ୍ଟି ଖୁସି ମନାଇଛନ୍ତି ।
ଲକଡାଉନରେ ସଠିକ ଭାବେ ଅଭ୍ୟାସ ଓ ପ୍ରସ୍ତୁତି କରିପାରିନଥିଲେ ବୋଲି କହିଛନ୍ତି ଭାରତୀୟ ବକ୍ସର ଅମିତଙ୍କ ପିତାମାତା । ଏହାପରେ ମଧ୍ୟ ଅମିତ ସ୍ବର୍ଣ୍ଣ ପଦକ ଜିତିଥିବାରୁ ପରିବାରରେ ସମସ୍ତ ଖୁସି ଅଛନ୍ତି । ଏଥିସହ ଅଲମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ବିଶ୍ବାସ ବୃଦ୍ଧିପାଇଛି ।