ମନାକୋ: ଅଲମ୍ପିକ ଫାଇନାଲରେ ପହଞ୍ଚିଥିବା ସ୍ପ୍ରିଣ୍ଟର ଡେଜାହ ଷ୍ଟିଭେନ 18 ମାସ ପାଇଁ ବାସନ୍ଦ ହେଇଛନ୍ତି । ଡୋପିଂ ଟେଷ୍ଟ ପାଇଁ ଅନିଚ୍ଛା ପ୍ରକାଶ କରିଥିବାରୁ ଏହି ବାସନ୍ଦାଦେଶ ହୋଇଥିବା ଜଣାପଡିଛି । ଏହାପରେ ଷ୍ଟିଭେନ ଟୋକିଓ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ ।
ଆଥଲେଟିକ ଅଖଣ୍ଡତା ୟୁନିଟ ଅନୁଯାୟୀ, ବର୍ଷ 2019ରେ ଓରିଜିନ ଓ ୱେଷ୍ଟ ହଲିଉଡରେ କରାଯାଇଥିବା 3ଟି ଡୋପିଂ ଟେଷ୍ଟରେ ଅନୁପସ୍ଥିତ ରହିଥିଲେ ଷ୍ଟିଭେନ । ଏହା ଡୋପିଂ ନିୟମର ଉଲଂଘନ ହୋଇଥିବାରୁ ଗୋଟିଏ ବର୍ଷ କିମ୍ବା ଅଧିକ ବାସନ୍ଦର ନିୟମ ରହିଛି । 25 ବର୍ଷୀୟା ଆମେରିକାନ ଧାବିକାଙ୍କ ବାସନ୍ଦାଦେଶ ତାରିଖ 17 ଫେବୃଆରୀ, 2020 ପିଛିଲା ଭାବେ ଲାଗୁ ହୋଇଛି । ଆସନ୍ତା ବର୍ଷ ଅର୍ଥାତ ଅଗଷ୍ଟ 2021ରେ ଏହା ଶେଷ ହେବ । ତେବେ ଏହି ବାସନ୍ଦାଦେଶ ବିରୁଦ୍ଧରେ ଷ୍ଟିଭେନ ମଧ୍ୟସ୍ଥି କୋର୍ଟରେ ଆବେଦନ କରିପାରିବେ ।