ହାଇଦ୍ରାବାଦ: ବର୍ଷ 2019ରେ ଭାରତୀୟ ମହିଳା ଖେଳାଳିଙ୍କ ଦବ୍ଦବା ଦେଖିବାକୁ ମିଳିଛି । ଏହି ଖେଳାଳିମାନେ ବ୍ୟାଡମିଣ୍ଟନ, କୁସ୍ତି, ଆଥଲେଟ ପରି ଅନେକ ଖେଳରେ ନିଜର ସାନାଦାର୍ ପ୍ରଦର୍ଶନରେ ଦେଶର ନାଁ ଗୌରବାନ୍ବିତ କରିଛନ୍ତି ।
ଆସନ୍ତୁ ଜାଣିବା ଚଳିତବର୍ଷ କ୍ରୀଡାଜଗତରେ ମହିଳା ଖେଳାଳିଙ୍କ କୀର୍ତ୍ତିମାନ ସମ୍ପର୍କରେ..
1. ପିଭି ସିନ୍ଧୁ
ରିଓ ଅଲମ୍ପିକରେ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଚଳିତ ବର୍ଷ ବେଶ୍ ଚର୍ଚ୍ଚାରେ ରହିଥିଲେ । ହାଇଦ୍ରାବଦର ଏହି ଯୁବ ବ୍ୟାଡମିଣ୍ଟନ ଖେଳାଳି ବିଡବ୍ଲୁଏଫ ବ୍ୟାଡମିଣ୍ଟନ ଓ୍ବାର୍ଲ୍ଡ ଚମ୍ପିଆନସିପ୍-2019 ଜିତି ଇତିହାସ ରଚିଛନ୍ତି । 25 ଅଗଷ୍ଟରେ ଖେଳାଯାଇଥିବା ଫାଇନାଲରେ ନୋଜୋମୀଙ୍କୁ ମାତ୍ ଦେଇ ସ୍ବର୍ଣ୍ଣ ପଦକ ଜିତିଥିଲେ ଓ ବ୍ୟାଡମିଣ୍ଟନ ଓ୍ବାର୍ଲ୍ଡ ଚମ୍ପିଆନସିପ୍ ଜିତିବାଥିବା ପ୍ରଥମ ଖେଳାଳି ହୋଇଯାଇଛନ୍ତି । କିନ୍ତୁ କିଛିଦିନ ହେବ ତାଙ୍କର ପ୍ରଦର୍ଶନ ନିରାଶଜନକ ଥିଲା । ଏବେ କିନ୍ତୁ ଆଗାମୀ ଟୋକିଓ ଅଲମ୍ପିକରେ ପଦକ ଜିତିବେ ବୋଲି ସମସ୍ତଙ୍କ ଆଶା ରହିଛି ।
2.ମେରୀ କମ୍
3 ଶିଶୁଙ୍କ ମା' ତଥା ରାଜ୍ୟସଭାର ସାଂସଦ ଏମସି ମେରୀ କମ୍ ଚଳିତବର୍ଷ ଓ୍ବାର୍ଲ୍ଡ ଚମ୍ପିଆନସିପ୍ରେ 6ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ବିଶ୍ବ ଚମ୍ପିଆନସିପ୍ରେ କ୍ୟୁବାର ଫେଲିକ୍ସ ସାବୋନଙ୍କ ସର୍ବାଧିକ 7ପଦକ ହାସଲ ରେକର୍ଡକୁ ଭାଙ୍ଗି ଇତିହାସ ରଚିଛନ୍ତି 6ଥର ବିଶ୍ବ ଚମ୍ପିଆନ 35ବର୍ଷୀୟ ମେରୀ । ଏହାସହ ଗୌହାଟୀରେ ହୋଇଥବା ଇଣ୍ଡିଆ ଓପନ ଓ ଇଣ୍ଡୋନେସିଆରେ ଆୟୋଜିତ ପ୍ରେସିଡେଣ୍ଟ କପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ମେରୀ । ଏବେ ତାଙ୍କର ନଜର ଟୋକିଓ ଅଲମ୍ପିକରେ ।