ହାଇଦ୍ରାବାଦ: ଦେଶକୁ କ୍ରୀଡା କ୍ଷେତ୍ରରେ ପାୱରହାଉସ କରିବା ନେଇ ଭାରତ ସରକାରଙ୍କ ବଡ ପଦକ୍ଷେପ । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମୀଜୋରାମରେ ଥିବା ବକ୍ସିଂ, ଜୁଡୋ, ଭାରୋତ୍ତୋଳନର 3ଟି ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟରେ ଅନୁଷ୍ଠିତ ହୋଇଛି ।
ଭାରତ ସରକାର ରାଜ୍ୟ ଗୁଡିକରେ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୀଜୋରାମ ସମେତ ଅରୁଣାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଣୀପୁର, ନାଗାଲାଣ୍ଡ, ଓଡିଶା ଓ ତେଲେଙ୍ଗାନାରେ ଖେଲୋ ଇଣ୍ଡିଆ ରାଜ୍ୟ ସେଣ୍ଟର ଅଫ ଏକ୍ସଲେନ୍ସ ଉଦ୍ଘାଟନ କରିଛନ୍ତି ।