ହାଇଦ୍ରାବାଦ:ଭାରତୀୟ ହକି ଖେଳାଳିଙ୍କୁ ଉତ୍ସାହିତ କରିବେ ହକି କିମ୍ବଦନ୍ତୀ । ଏନେଇ ପୂର୍ବତନ ହକି ଖେଳାଳିମାନେ ଓଡିଶା ଆସି ଖେଳାଳିଙ୍କ ଜୋଶ ବଢାଇବେ । ହକି ବିଶ୍ବକପ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇସାରିଛି । ୧୫ ତମ ହକି ବିଶ୍ବକପ ସଂସ୍କରଣ ପାଇଁ ଆୟୋଜକ ଓଡିଶାର ପ୍ରସ୍ତୁତି ଜୋରଦାର ଜାରି ରହିଛି । ଭାରତରେ ଚତୁର୍ଥ ଥର ପାଇଁ ବିଶ୍ବକପ ଆୟୋଜନ ହେବାକୁ ଯାଉଛି । ଭାରତରେ ଚତୁର୍ଥ ଥର ଏବଂ ଓଡିଶାରେ ଏହା ଦ୍ବିତୀୟ ଥର ପାଇଁ ଏହି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଓଡିଶା ସରକାର ଏହାକୁ ଗ୍ରାଣ୍ଡ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ହକି ଦଳ ଏଥର ବିଶ୍ବକପ ଖେଳିବ ।
ଭାରତୀୟ ହକିକୁ ତୃଣମୂଳ ସ୍ତରରେ ସୁଦୃଢ କରିଥିବା ହକି କିମ୍ବଦନ୍ତୀ ହରମନପ୍ରିତଙ୍କ ଟିମକୁ ଆଶୀର୍ବାଦ କରିବେ । ତାଙ୍କ ପ୍ରେରଣାରେ ଭାରତୀୟ ହକି ଟିମ ବିଶ୍ବକପ ପାଇଁ ରଣନୀତି ପ୍ରସ୍ତୁତ କରିବ । ଭାରତ ଶେଷ ଥର ପାଇଁ ୧୯୭୫ ମସିହାରେ ବିଶ୍ବକପ ଟ୍ରିଫି ହାସଲ କରିଥିଲା । ଅଜିତ ପାଲ ସିଂହଙ୍କ ନେତୃତ୍ବରେ ଭାରତୀୟ ହକି ଟିମ ପ୍ରଥମ ବିଶ୍ବକପ ହାସଲ କରିଥିଲା । ୧୯୭୫ ମସିହା ବିଶ୍ବ ବିଜେତା ଭାରତୀୟ ହକି ଦଳର ସଦସ୍ୟ ହକି ବିଶ୍ବକପ ପାଇଁ ଓଡିଶା ଆମନ୍ତ୍ରଣ କରାଯାଇଛି । ଏହି ପୂର୍ବତନ ହକି ଖେଳାଳି ଜାନୁଆରୀ ୧୫ ତାରିଖରେ ଓଡିଶା ରାଉରକେଲା ଗସ୍ତ କରିବେ । ୧୫ ତାରିଖରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଇଂଲଣ୍ଡକୁ ଭେଟିବ ଭାରତ । ଏହି ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ଏହି ହକି କିମ୍ବଦନ୍ତୀ ।