ଓଡିଶା

odisha

ETV Bharat / sports

Tokyo Olympics: ଆଜିର ଆକ୍ସନ କରିଛନ୍ତି କି ମିସ୍‌ ? ନଜର ପକାନ୍ତୁ ଭାରତୀୟ ଇଭେଣ୍ଟ ଓ ଫଳାଫଳ ଉପରେ - ଷ୍ଟାର ଶଟଲର ପିଭି ସିନ୍ଧୁ

ଜାଣନ୍ତୁ Tokyo Olympicsରେ ବୁଧବାର କଣ ଥିଲା ଭାରତର କାର୍ଯ୍ୟସୂଚୀ, ଆଉ କେମିତି ଥିଲା ଆଥଲେଟଙ୍କ ପ୍ରଦର୍ଶନ...

events and results, day 6 of tokyo olympics,  indian athlete, indian athlete's day 6 in Tokyo Olympics,  ଭାରତର ଇଭେଣ୍ଟ ଓ ଫଳାଫଳ, ମୁଷ୍ଟିଯୋଦ୍ଧା ପୂଜା ରାନୀ, ଷ୍ଟାର ଶଟଲର ପିଭି ସିନ୍ଧୁ, ତୀରନ୍ଦାଜ ଦୀପିକା କୁମାରୀ
Tokyo Olympics: ଆଜିର ଆକ୍ସନ କରିଛନ୍ତି କି ମିସ୍‌ ? ନଜର ପକାନ୍ତୁ ଭାରତୀୟ ଇଭେଣ୍ଟ ଓ ଫଳାଫଳ ଉପରେ

By

Published : Jul 28, 2021, 10:15 PM IST

ଟୋକିଓ: Tokyo Olympics ର ଷଷ୍ଠ ଦିନରେ ଭାରତୀୟ ଦଳର ମିଶ୍ରିତ ଫଳାଫଳ ରହିଛି । କିଛି ଇଭେଣ୍ଟରେ ନିରାଶା ମିଳିଥିବା ବେଳେ ଅନ୍ୟ କିଛି ଇଭେଣ୍ଟରେ ପୁଣି ଥରେ ଦେଶବାସୀଙ୍କ ମନରେ ପଦକର ଆଶା ଭିଛନ୍ତି ଆଥଲେଟ । ମୁଷ୍ଟିଯୋଦ୍ଧା ପୂଜା ରାନୀ, ଷ୍ଟାର ଶଟଲର ପିଭି ସିନ୍ଧୁ, ତୀରନ୍ଦାଜ ଦୀପିକା କୁମାରୀ ବୁଧବାର ନିଜ ନିଜ ଇଭେଣ୍ଟରେ ବିଜୟ ହାସଲ କରିଛନ୍ତି ।

ତେବେ ଜାଣନ୍ତୁ ବୁଧବାର କଣ ଥିଲା ଭାରତର କାର୍ଯ୍ୟସୂଚୀ, ଆଉ କେମିତି ଥିଲା ଆଥଲେଟଙ୍କ ପ୍ରଦର୍ଶନ:-

ବକ୍ସିଂ: ଇଚରାକ ଚାଇବଙ୍କୁ ପ୍ରଥମ ରାଉଣ୍ଡରେ ୫.୦ ରେ ପରାସ୍ତ କଲେ ବକ୍ସର ପୂଜାରାନୀ । କ୍ବାର୍ଟର ଫାଇନାଲ ପାଇଁ କଲେ ଯୋଗ୍ୟତା ହାସଲ ।

ତୀରନ୍ଦାଜୀ: ଦୀପିକା କୁମରୀ ଭୁଟାନର କର୍ମାଙ୍କୁ ୬-୦ ସେଟ୍‌ରେ କଲେ ପରାସ୍ତ ଏବଂ ଦ୍ବିତୀୟ ରାଉଣ୍ଡରେ ଆମେରିକାର ତୀରନ୍ଦାଜଙ୍କୁ ପରାଜିତ କରି ପ୍ରି-କ୍ବାର୍ଟର ଫାଇନାଲକୁ ହେଲେ ଉତିର୍ଣ୍ଣ ।

ତୀରନ୍ଦାଜୀ:ପ୍ରବୀଣ ଯାଦଭ ପ୍ରଥମ ରାଉଣ୍ଡରେ ବିଶ୍ବର ନମ୍ବର ଦୁଇ ଗଲସନ ବାଜାରଝାପୋଭଙ୍କୁ ପରାସ୍ତ କରିଥିଲେ କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ବିଶ୍ବର ଏକ ନମ୍ବର ବ୍ରାଡି ଏଲିସନଙ୍କ ଠାରୁ ପରାଜିତ ହୋଇଥିଲେ ।

ତୀରନ୍ଦାଜୀ: ତରୁଣଦୀପ ରାୟ ପ୍ରଥମ ପର୍ଯ୍ୟାୟରେ ଓଲେକ୍ସି ହୁନବିନଙ୍କୁ ୬-୪ ସେଟ୍‌ରେ ପରାସ୍ତ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଇଟେ ଶାନିଙ୍କ ଠାରୁ ୬-୪ ସେଟରେ ପରାସ୍ତ ହୋଇଛନ୍ତି ।

ବ୍ୟାଡମିଣ୍ଟନ:ପିଭି ସିନ୍ଧୁ ଗାନ ୟି ଚେଉଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରି ପ୍ରି-କ୍ବାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ବ୍ୟାଡମିଣ୍ଟନ: ସେପଟେ ପୁରୁଷ ବର୍ଗରେ ସାଇ ପ୍ରଣୀତ ମାର୍କ କାଲଜୋଉଙ୍କ ଠାରୁ ୧୪-୨୧, ୧୪-୨୧ ରେ ପରାଜିତ ହୋଇ ନିଜର ଅଲମ୍ପିକ ଯାତ୍ରା ଶେଷ କରିଛନ୍ତି ।

ମହିଳା ହକି:ଗ୍ରେଟ ବ୍ରିଟେନ ଠାରୁ ୧-୪ ଗୋଲରେ ପରାସ୍ତ ହେଲା ଭାରତୀୟ ମହିଳା ହକି ଦଳ ।

ରୋଇଂ:ଅର୍ଜୁନ ଲାଲ ଜଟ ଓ ଅରବିନ୍ଦ ସିଂହ ଲାଇଟ ୱେଟ ଡବଲ୍ସ ସ୍କଲ ଇଭେଣ୍ଟରେ ଷଷ୍ଠ ସ୍ଥାନରେ ରହି ମେଡାଲ ଦୌଡରୁ ବାଦ ପଡ଼ିଛନ୍ତି । ରୋଇଂରେ ପ୍ରଥମ ଥର ପାଇଁ ଭାରତ ସେମି ଫାଇନାଲରେ ପହଁଞ୍ଚିଥିଲା ।

ନୌଚାଳନା:କେସି ଗଣପତି/ ବରୁଣ ଠକ୍କର ୪ଟି ରେସ ପରେ ୧୯ ଟିମ ମଧ୍ୟରେ ୧୮ ସ୍ଥାନରେ ରହିଛନ୍ତି । ଆଉ ୮ଟି ରେସ ବାକି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details