ଓଡିଶା

odisha

ETV Bharat / sports

22ରୁ ଭୁବନେଶ୍ବରରେ ସର୍ବଭାରତୀୟ ଓପନ କରାଟେ ଚମ୍ପିଆନସିପ୍ - ହରି ପ୍ରସାଦ ପଟ୍ଟନାୟକ

ଆସନ୍ତା 22ରୁ ମଞ୍ଚେଶ୍ବରର ସ୍ଥିତ ରେଲୱେ ଷ୍ଟାଡିୟମରେ ହେବ ସର୍ବଭାରତୀୟ ଓପନ କରାଟେ ଚମ୍ପିଆନସିପ୍‌ । ପ୍ରାୟ 8ଟି ରାଜ୍ୟର ଖେଳାଳି ଏଥିରେ ଭାଗନେବେ ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Aug 16, 2019, 5:59 PM IST

Updated : Aug 16, 2019, 6:09 PM IST

ଭୁବନେଶ୍ବର: ମଞ୍ଚେଶ୍ବରର ସ୍ଥିତ ରେଲୱେ ଷ୍ଟାଡିୟମରେ ହେବ ସର୍ବଭାରତୀୟ ଓପନ କରାଟେ ଚମ୍ପିଆନସିପ୍‌ । ଏହି ପ୍ରତିୟୋଗୀତାର 10ମ ସଂସ୍କରଣକୁ ନେଇ ବେଶ୍‌ ଆଶାବାଦୀ ଉତ୍କଳ କରାଟେ ସ୍କୁଲ । ଆସନ୍ତା 22ରୁ 25 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ପ୍ରାୟ 8ଟି ରାଜ୍ୟର ଖେଳାଳି ଏଥିରେ ଭାଗନେବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଓଡିଶା, ପଶ୍ଚିମବଙ୍ଗ, ତାଲିଲନାଡୁ, ମଧ୍ୟପ୍ରଦେଶ, ହରିୟାଣା, ଗୁଜୁରାଟ, ଛତିଶଗଡ଼ ଓ ଝାଡ଼ଖଣ୍ଡର ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏନେଇ ଉତ୍କଳ କରାଟେ ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ କରାଟେ ସଂଘ ପକ୍ଷରୁ ଏହି ପ୍ରତିଯୋଗୀତା ଆୟୋଜନକୁ ସ୍ବୀକୃତି ମିଳିଛି ।

ଏହି ପ୍ରତିଯାଗିତା ଖେଳାଳିଙ୍କ ପାଇଁ ଏକ ବଡ ସୁଯୋଗ ବୋଲି କହିଛନ୍ତି ଆୟୋଜକ ମୁଖ୍ୟ ହରି ପ୍ରସାଦ ପଟ୍ଟନାୟକ । ଜାତୀୟ ପ୍ରତିଯୋଗିତାରେ ଗୋଟିଏ ବର୍ଗରେ ଗୋଟିଏ ରାଜ୍ୟରୁ ଜଣେ ଖେଳାଳିଙ୍କୁ ସୁଯୋଗ ମିଳିଥାଏ । ତେବେ ଏହି ପ୍ରତିଯୋଗିତାରେ ଅନେକ ଅଭିଜ୍ଞ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସହ ଖେଳିବାର ସୁଯୋଗ ପାଇବେ ରାଜ୍ୟର ଖେଳାଳି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Aug 16, 2019, 6:09 PM IST

ABOUT THE AUTHOR

...view details