ବର୍ମିଂହାମ:ଚଳିତ ଅଲ୍ ଇଂଲଣ୍ଡ ଓପନ ବ୍ୟାଡ୍ମିଣ୍ଟନ ୨୦୨୨ ଟୁର୍ନାମେଣ୍ଟରେ ଭାରତୀୟ ସର୍ଟଲର ପିଭି ସିନ୍ଧୁ ଦ୍ବିତୀୟ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ଜାପାନର ସୟାକା ତାକାହସିଙ୍କ ଠାରୁ ୨୧-୧୯, ୧୬-୨୧, ୨୧-୧୭ ସେଟ୍ରେ ଦ୍ବିତୀୟ ରାଉଣ୍ଡରେ ପରାସ୍ତ ହେବାପରେ ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି । ପୂର୍ବରୁ ୟୁଟିଲିଟା ଏରେନାରେ ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ମ୍ୟାଚ୍ରେ ବିଜୟୀ ହୋଇଥିଲେ ସିନ୍ଧୁ ।
ଦୁଇ ଥରର ଅଲମ୍ପିକ ପଦକ ବିଜେତା ସିନ୍ଧୁ, ପ୍ରଥମ ରାଉଣ୍ଡରେ ଚାଇନାର ୱାଙ୍ଗ ଝି ୟିଙ୍କୁ ୨୧-୧୮, ୨୧-୧୩ରେ ହରାଇଥିଲେ । ଏହି ମୁକାବିଲା ୪୨ ମିନିଟ୍ ଧରି ଖେଳାଯାଇଥିଲା ।