ବର୍ମିଂହାମ:ଚଳିତ ଅଲ୍ ଇଂଲଣ୍ଡ ଓପନ ବ୍ୟାଡ୍ମିଣ୍ଟନ ୨୦୨୨ ଟୁର୍ନାମେଣ୍ଟରେ ଯୁବ ଭାରତୀୟ ସର୍ଟଲର ଲକ୍ଷ ସେନଙ୍କ ବିଜୟୀ ପ୍ରଦର୍ଶନ ଜାରି । ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଗୁରୁବାର ବିଶ୍ବର ୩ ନମ୍ବର ଖେଳାଳି ଆଣ୍ଡର୍ସ ଆଣ୍ଟୋନସେନଙ୍କୁ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।
ଡାନିସ ସର୍ଟଲର ଆଣ୍ଟୋନସେନଙ୍କୁ ୨୧-୧୬, ୨୧-୧୮ ସିଧାସଳଖ ସେଟ୍ରେ ହରାଇଛନ୍ତି ଲକ୍ଷ । ୟୁଟିଲିଟା ଏରେନା ବର୍ମିହାଂମରେ ଖେଳାଯାଇଥିବା ଏହି ମ୍ୟାଚ୍ ୫୫ ମିନିଟ୍ ଧରି ଖେଳାଯାଇଥିଲା ।
20 ବର୍ଷୀୟ ସେନ ଦମଦାର ପ୍ରଦର୍ଶନ ସହ ମ୍ୟାଚ୍ ଆରମ୍ଭ ହିଁ ଆକ୍ରମଣାତ୍ମକ ରଣନୀତି ଆପଣାଇ ଖେଳିଥିଲେ । ପ୍ରଥମ ସେଟ୍ରୁ ୨୦-୧୬ରେ ଜିତିବା ପରେ ସଂଘର୍ଷପୂର୍ଣ୍ଣ ଦ୍ବିତୀୟ ସେଟ୍କୁ ମଧ୍ୟ ୨୧-୧୮ରେ ନିଜ ନାମରେ କରିଥିଲେ । ଏଥିସହ କ୍ବାର୍ଟର-ଟିକେଟ ହାତେଇଥିଲେ ।
ଅନ୍ୟପଟେ ଅଲମ୍ପିକ ପଦକ ବିଜେତା ସାଇନା ନେହୱାଲଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଜାପାନର ବିଶ୍ବ ନମ୍ବର ୨ ଖେଳାଳି ୟାକାନୀ ୟାମାଗୁଚୀଙ୍କ ଠାରୁ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି ।
ANI