ଓଡିଶା

odisha

ETV Bharat / sports

AIFF Election, ଅଧ୍ୟକ୍ଷ ପଦ ପାଇଁ ଦୁଇ ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଲଢେଇ

ଭାରତୀୟ ଫୁଟବଲ ମହାସଂଘ ନିର୍ବାଚନରେ ମୁହାମୁହିଁ ହେବେ କର୍ଣ୍ଣାଟକ କଂଗ୍ରେସ ନେତା ବନାମ ରାଜସ୍ଥାନ କଂଗ୍ରେସ ନେତା । ସେପ୍ଟେମ୍ବର ୨ରେ ଭାରତୀୟ ଫୁଟବଲ ମହାସଂଘର(AIFF) ବହୁ ପ୍ରତୀକ୍ଷିତ ନିର୍ବାଚନ ।

By

Published : Sep 1, 2022, 6:55 PM IST

Updated : Sep 2, 2022, 3:33 PM IST

AIFF Polls: Bhaichung Bhutia vs Kalyan Chaubey for President
Etv BharatAIFF Polls, ଅଧ୍ୟକ୍ଷ ପଦ ପାଇଁ ଦୁଇ ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଲଢେଇ

କୋଲକାତା:ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨ରେ ଭାରତୀୟ ଫୁଟବଲ ମହାସଂଘର(AIFF) ବହୁ ପ୍ରତୀକ୍ଷିତ ନିର୍ବାଚନ ଅନୁଷ୍ଠିତ ହେବ । AIFF ଅଧ୍ୟକ୍ଷ ପଦ ପାଇଁ ଫୁଟବଲ ଟିମ ଇଣ୍ଡିଆର ଦୁଇ ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଲଢେଇ ହେବ । କିମ୍ବଦନ୍ତୀ ଫୁଟବଲ ଖେଳାଳି ତଥା ଭାରତୀୟ ଫୁଟବଲ ଟିମର ପୂର୍ବତମ କ୍ୟାପଟେନ ବାଇଚୁଙ୍ଗ ଭୁତିଆ ଓ ପୂର୍ବତନ ଗୋଲକିପର କଲ୍ୟାଣ ଚୌବେଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେବ ।

ସମର୍ଥନ ପାଇଁ ଉତ୍ତରପୂର୍ବ ରାଜ୍ୟ ଫୁଟବଲ ସଂଘ ଗୁଡିକୁ ବାଇଚୁଙ୍ଗ ଭୁତିଆଙ୍କ ନିବେଦନ

ସେପ୍ଟେମ୍ବର ୨ରେ ନିର୍ବାଚନ ହେବାକୁ ଥିବାବେଳେ ଚୌବେ ଅଧ୍ୟକ୍ଷ ଦୌଡରେ ଆଗରେ ରହିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ବାଇଚୁଙ୍ଗ କହିଛନ୍ତି, ଯଦି ତାଙ୍କୁ ଭାରତୀୟ ଫୁଟବଲର ପ୍ରଶାସକ ସୁଯୋଗ ମିଳେ ତେବେ ସେ ରାଜ୍ୟ ସଂଘ ଗୁଡିକର ଉତ୍ଥାନ ପାଇଁ ସେ ପ୍ରଥମେ ଚେଷ୍ଟା କରିବେ ।

ଏହାମଧ୍ୟ ପଢନ୍ତୁ: ହାଇଦ୍ରାବାଦ ଟିମରେ ଚୟନ ପରେ ଓଡିଆ ଜୁନିଅର୍ କ୍ରିକେଟର ମାନସଙ୍କ ପ୍ରତିକ୍ରିୟା

ବାଇଚୁଙ୍ଗ କହିଛନ୍ତି, "FIFA ବ୍ୟାନ ଭାରତୀୟ ଫୁଟବଲ ପାଇଁ ଘର ସଜାଡିବାକୁ ଏକ ଭଲ ସୁଯୋଗ ଆଣିଦେଇଛି । ଅଧିକାଂଶ ରାଜ୍ୟ ସଂଘ ଗୁଡିକର ନିଜସ୍ବ ଲିଗ୍‌ ନାହିଁ କିମ୍ବା ତୃଣମୂଳ ସ୍ତରରେ କୌଣସି କାର୍ଯ୍ୟକ୍ରମ ନାହିଁ । ଏହି କାରଣରୁ ରାଜ୍ୟ ସଂଘଗୁଡିକ ସୁପ୍ତ ହୋଇପଡିଛି । ସଭାପତି ଭାବେ ଏହି ରାଜ୍ୟ ସଂଘ ଗୁଡିକୁ ଆର୍ଥିକ ଓ ଟେକ୍ନିକାଲ ପରାମର୍ଶ ଯୋଗାଇଦିଆଗଲେ ଅଧିକ ଖେଳାଳି ଏହି ଅଞ୍ଚଳରୁ ଆସିପାରିବେ । ବର୍ତ୍ତମାନ ଅଖିଳ ଭାରତୀୟ ଫୁଟବଲ ମହାସଂଘ(AIFF) ଇଣ୍ଡିଆନ ସୁପର ଲିଗ୍‌ ଆୟୋଜନ କରୁଥିବା FSDL ଠାରୁ ପ୍ରାୟ ୫୦ କୋଟି ପାଉଛି ଓ ବାର୍ଷିକ ଭାରତ ସରକାରଙ୍କ ଠାରୁ ୩୦ରୁ ୪୦ କୋଟି ଟଙ୍କା ପାଉଛି । ଏହି ବଜେଟର ସିଂହଭାଗ ରାଜ୍ୟ ସଂଘଗୁଡିକୁ ଯିବା ଉଚିତ୍‌ ଯାହାଫଳରେ ସେମାନେ ତୃଣମୂଳ ସ୍ତରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓ ଲିଗ୍‌ ଆୟୋଜନ କରିପାରିବେ ।"

ବେଙ୍ଗଲ ବିଜେପି ନେତା ଚୌବେ ଗୁଜରାଟରୁ ନାମାଙ୍କନ ଦାଖଲ କରିଥିବାବେଳେ ଅରୁଣଚଳ ପ୍ରଦେଶ ଠାରୁ ପ୍ରସ୍ତାବକ ହାସଲ କରିଛି । ଉଭୟ ରାଜ୍ୟ ବିଜେପି ଶାସିତ ରାଜ୍ୟ ହୋଇଥିବାରୁ ରାଜ୍ୟସଂଘର ସଦସ୍ୟଙ୍କ ଭୋଟ୍‌ ତାଙ୍କ ସପକ୍ଷରେ ଯିବା ସୁନିଶ୍ଚିତ । ଅନ୍ୟପଟେ ବାଇଚୁଙ୍ଗଙ୍କ ନାମାଙ୍କନକୁ ଆନ୍ଧ୍ରପ୍ରଦେଶ ପ୍ରସ୍ତାବକ ଓ ରାଜସ୍ଥାନ ରାଜ୍ୟ ସଂଘ ସମର୍ଥନ କରିଛି । ବାଇଚୁଙ୍ଗ ପୂର୍ବରୁ ଅଭିଯୋଗ କରିସାରିଛନ୍ତି ଯେ, "ତାଙ୍କର ନିଜ ରାଜ୍ୟ ଫୁଟବଲ ସଂଘ ସିକିମ ଏଫଏ (Sikkim FA) ନିର୍ବାଚନରେ ତାଙ୍କୁ ରାଜନୈତିକ ଚାପ ଯୋଗୁଁ ସମର୍ଥନ କରୁନାହିଁ ।" "ଆମ ଅଞ୍ଚଳ ଦେଶରେ ଫୁଟବଲର ହବ୍‌ ଭାବେ ପରିଚିତ । ସେଥିପାଇଁ ଜଣେ ଉତ୍ତରପୂର୍ବ ବ୍ୟକ୍ତିଙ୍କୁ ମହାସଂଘର ନେତୃତ୍ବ ନେବାର ସୁଯୋଗ ଦେବାର ଏହା ସମୟ ।" ସମସ୍ତ ଉତ୍ତରପୂର୍ବ ରାଜ୍ୟଫୁଟବଲ ସଂଘକୁ ଏକ ଆବେଗପୂର୍ଣ୍ଣ ନିବେଦନ ଚିଠି ଲେଖି ତାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: AIFF Election, ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ଅଧ୍ୟକ୍ଷ ଦୌଡରେ ବାଇଚୁଙ୍ଗ ଭୁତିଆ

ଅର୍ଜୁନ ଆୱାର୍ଡ ବିଜେତା ବାଇତୁଙ୍ଗ କହିଛନ୍ତି, "କଲ୍ୟାଣ ଜଣେ ଭଲ ମଣିଷ । ସେ କୋଲକାତାରେ ଖେଳିଛନ୍ତି । କିନ୍ତୁ ନିର୍ବାଚନରେ କୌଣସି ରାଜନୈତିକ ଅଂଶଗ୍ରହଣ ନହେବ ଉଚିତ୍‌ । ଯଦି AIFF ସଭାପତି ପଦ ସହ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଟ୍ୟାଗ୍‌ ଯୋଡିହୁଏ,ତେବେ ଅନ୍ୟ ବିରୋଧୀ ରାଜ୍ୟ ୟୁନିଟ୍‌ ଗୁଡିକ ପାଇଁ ଅସୁବିଧା ହୋଇପାରେ ।"

ସେପ୍ଟେମ୍ବର ୨ରେ(ଶୁକ୍ରବାର) ଭାରତୀୟ ଫୁଟବଲ ମହାସଂଘ ନିର୍ବାଚନ ଗୋଟିଏ ସଭାପତି, ଗୋଟିଏ ଉପସଭାପତି, କୋଷାଧ୍ୟକ୍ଷ ଓ ୧୪ କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ ଅନୁଷ୍ଠିତ ହେବ ।

ରାଜସ୍ଥାନ ସଂଘ ସଭାପତି ତଥା କଂଗ୍ରେସ ନେତା ମନଭେନ୍ଦ୍ର ସିଂ ଏକମାତ୍ର ଉପାଧ୍ୟକ୍ଷ ପଦ ପାଇଁ ଏନ ଏ ହାରିସଙ୍କ ବିପକ୍ଷରେ ଲଢେଇରେ ରହିଛନ୍ତି । ହାରିସ କର୍ଣ୍ଣାଟକ ଫୁଟବଲ ସଂଘର ସଭାପତି ଓ ରାଜ୍ୟରେ କଂଗ୍ରେସର ବର୍ତ୍ତମାନ MLA ଅଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ରାଜ୍ୟ ସଂଘର ସଭାପତି ଗୋପାଳକୃଷ୍ଣ କୋସାରାଜୁ ଓ ଅରୁଣାଚଳ ପ୍ରଦେଶ ଫୁଟବଲ ସଂଘର କିପା ଅଜୟ କୋଷାଧ୍ୟକ୍ଷ ପଦ ପାଇଁ ମୈଦାନରେ ରହିଛନ୍ତି ।

ପୂର୍ବରୁ ସୁପ୍ରିମକୋର୍ଟ ପ୍ରଶାସକ କମିଟି ଭଙ୍ଗ କରିବା ପରେ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏହାପୂର୍ବରୁ FIFA ଅଗଷ୍ଟ ୨୬ରେ AIFF ପୂର୍ବରୁ ବାସନ୍ଦାଦେଶ ହଟାଇଥିଲା ଓ ଭାରତ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ ଅକ୍ଟୋବରରେ ଆୟୋଜନ ପାଇଁ ଅନୁମତି ପ୍ରଦାନ କରିଥିଲା ।

Last Updated : Sep 2, 2022, 3:33 PM IST

ABOUT THE AUTHOR

...view details