ଓଡିଶା

odisha

By

Published : May 1, 2020, 12:12 AM IST

ETV Bharat / sports

ଭାରତୀୟ ବକ୍ସିଂ ବୋର୍ଡ ଉପରେ ଅନ୍ତର୍ଜାତୀୟ ବକ୍ସିଂ ଫେଡେରେସନ ଖପ୍ପା

ଭାରତୀୟ ବକ୍ସିଂ ଫେଡେରେସନ ଉପରେ ବକ୍ସିଂ ଫେଡେରେସନର ସର୍ବୋଚ୍ଚ ପରିଚାଳନା କମିଟି(AIFA) ଖପ୍ପା ହୋଇଛି । 2018 ମହିଳା ବିଶ୍ବ ଚାମ୍ପିଅନସିପର ଆୟୋଜକ ସହର ମାନ୍ୟତା ବାବଦକୁ ଦୁଇ ତୃତୀୟାଂଶ ଅର୍ଥ ପରିଶୋଧ କରିନଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ...

AIBA hits out at BFI, accuses it of not playing past host fee as well
ଭାରତୀୟ ବକ୍ସିଂ ବୋର୍ଡ ଉପରେ ଅନ୍ତର୍ଜାତୀୟ ବକ୍ସିଂ ଫେଡେରେସନ ଖପ୍ପା

ନୂଆଦିଲ୍ଲୀ: ଭାରତୀୟ ବକ୍ସିଂ ଫେଡେରେସନ ଉପରେ ବକ୍ସିଂ ଫେଡେରେସନର ସର୍ବୋଚ୍ଚ ପରିଚାଳନା କଟିମି(AIFA) ଖପ୍ପା ହୋଇଛି । 2018 ମହିଳା ବିଶ୍ବ ଚମ୍ପିଆନସିପର ଆୟୋଜକ ସହର ମାନ୍ୟତା ବାବଦକୁ ଦୁଇ ତୃତୀୟାଂଶ ଅର୍ଥ ପରିଶୋଧ କରିନଥିବା ଜଣାପଡିଛି ।

ଏହା ଅନ୍ତର୍ଜାତୀୟ ବକ୍ସିଂ ଫେଡେରେସନ ପ୍ରତି BFIର ଅବମାନନା ବୋଲି ଦର୍ଶାଯାଇଛି । ଏହି ଇେଭଣ୍ଟକୁ ପ୍ରାୟ 18 ମାସରୁ ଅଧିକ ସମୟ ବିତିସାରିଛି । ମାତ୍ର ଏଯାବତ ଭାରତୀୟ ବକ୍ସିଂ ବୋର୍ଡ ଅର୍ଥ ପରିଶୋଧ କରିନାହିଁ ।

2018 ମହିଳା ବକ୍ସିଂ ଚାମ୍ପିଅନସିପର ଆୟୋଜକ ଭାରତ ରହିଥିଲା । ଏହି ମେଗା ଇଭେଣ୍ଟ ନୂଆଦିଲ୍ଲୀରେ ହୋଇଥିଲା । ସେଥିପାଇଁ 2021 ପୁରୁଷ ବିଶ୍ବ ଚାମ୍ପିଅନସିପର ମାନ୍ୟତା ଭାରତ ଠାରୁ ପ୍ରତ୍ୟାହାର କରିନେବାକୁ ଅନ୍ତର୍ଜାତୀୟ ବକ୍ସିଂ ଫେଡେରେସନ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details