ଓଡିଶା

odisha

ETV Bharat / sports

ପରାକ୍ରମୀ ପ୍ରବୀଣ ଥିଲେ ଦକ୍ଷ ଆଥଲେଟ୍‌, ରାଜ୍ୟଗୋଷ୍ଠୀ କ୍ରୀଡା ଫିଲ୍ଡ ଇଭେଣ୍ଟରେ ଦେଶକୁ ଦେଇଥିଲେ ପ୍ରଥମ ପଦକ - ମହାଭାରତର ଭୀମ ଅଭିନେତା ପ୍ରବୀଣ

ଏସିଆନ ଗେମ୍ସ ପଦକ ବିଜେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ । ଡିସକସ୍‌ ଥ୍ରୋ'ରେ ଏସିଆନ ଗେମ୍ସ ପଦକ ଜିତିଥିଲେ ପ୍ରବୀଣ କୁମାର(Praveen Kumar Sobti) । ମଙ୍ଗଳବାର ଭାରତୀୟ ଆଥଲେଟିକ୍‌ସ ମହାସଂଘ(AFI) ଏସିଆନ ଗେମ୍ସ ଚମ୍ପିଆନଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛି । ଅଧିକ ପଢନ୍ତୁ

AFI shocked at passing away of Asian Games gold medallist Praveen Kumar Sobti
ପ୍ରବୀଣ କୁମାର ଥିଲେ ପ୍ରବୀଣ ଆଥଲେଟ୍‌, ରାଜ୍ୟଗୋଷ୍ଠୀ କ୍ରୀଡା ଫିଲ୍ଡ ଇଭେଣ୍ଟରେ ଦେଶକୁ ଦେଇଥିଲେ ପ୍ରଥମ ପଦକ

By

Published : Feb 8, 2022, 7:46 PM IST

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପଦକ ବିଜେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ । ଡିସକସ୍‌ ଥ୍ରୋ'ରେ ଏସିଆନ ଗେମ୍ସ ପଦକ ଜିତିଥିଲେ ପ୍ରବୀଣ କୁମାର(Praveen Kumar Sobti) । ମଙ୍ଗଳବାର ଭାରତୀୟ ଆଥଲେଟିକ୍‌ସ ମହାସଂଘ(AFI) ଏସିଆନ ଗେମ୍ସ ଚମ୍ପିଆନଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛି । ମଙ୍ଗଳବାର ୭୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଲୋକପ୍ରିୟ ଟିଭି ଧାରାବାହିକ 'ମହାଭାରତ'ରେ ଭୀମ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ପ୍ରବୀଣ କୁମାର । ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ୧୯୬୬ ଓ ୧୯୭୦ ଏସିଆନ ଗେମ୍ସରେ ଲଗାତାର ସ୍ବର୍ଣ୍ଣ ପଦକ(Asian Games medallist) ଓ ୧୯୬୬ ଗେମ୍ସରେ ହାମରରେ କାଂସ୍ୟ ପଦକ ଜିତିଥିଲେ ।

ଏହାମଧ୍ୟ ପଢନ୍ତୁ: ଆରପାରିରେ ଭୀମ, ଆର୍ଥିକ ସଙ୍କଟ ସହ କରୁଥିଲେ ସଂଘର୍ଷ

୧୯୭୪ ତେହରାନ ଏସିଆନ ଗେମ୍ସ ଡିସକସ୍‌ ଥ୍ରୋ'ରେ ରୌପ୍ୟ ପଦକ ଓ ୧୯୬୬ କିଙ୍ଗଷ୍ଟନ ରାଜ୍ୟଗୋଷ୍ଠୀ କ୍ରୀଡାରେ(Commonwealth Games) ରୌପ୍ୟ ପଦକ ଜିତିଥିଲେ । ସୋବତି ମଧ୍ୟ ୧୯୬୮ ମେକ୍ସିକୋ ସିଟି ଓ ୧୯୭୨ ମୁନୀଚ ଅଲମ୍ପିକ୍‌ ଖେଳରେ ଅଂଶଗ୍ରହଣ କରିଥିଲେ । ଯେଉଁଠାରେ ସେ ହାମର ଥ୍ରୋ'ରେ (୬୦.୮୪ ମିଟର) ଓ ଡିସକସ ଥ୍ରୋ'ରେ (୫୩.୧୨ ମିଟର) ସହ ନିଜ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଭାରତୀୟ ଆଥଲେଟିକ୍‌ସ ମହାସଂଘ(AFI) ପରିବାର ଅଲମ୍ପିଆନ ଓ ଏସିଆନ ଗେମ୍ସ ପଦକ ବିଜେତା ପ୍ରବୀଣ କୁମାର ସୋବତିଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛି ।

AFI ସଭାପତି ଆଡିଲେ ଜେ. ସୁମରିୱାଲା କହିଛନ୍ତି, ଭାରତୀୟ ଆଥଲେଟିକ୍‌ସ ଜଣେ ଚମତ୍କାର ଆମ୍ବାସଡରଙ୍କୁ ହରାଇଲା । ଜଣେ ଆଥଲେଟ୍‌ ଭାବେ ସେ ଅନେକଙ୍କ ପାଇଁ ଉଦାହରଣ ଥିଲେ । ଦୀର୍ଘ ୧୧ ବର୍ଷ ଧରି ଅନେକ ଅନ୍ତର୍ଜାତୀୟ ସ୍ତରରେ ସେ ଶ୍ରେଷ୍ଠ ପ୍ରଦର୍ଶନ ସହିତ ଭାରତୀୟ ଆଥଲେଟି୍‌ସକୁ ତାଙ୍କର ବିଶେଷ ଯୋଗଦାନ ରହିଛି । ଅମୃତସର ଠାରୁ ୫୦ କିଲୋମିଟର ଦକ୍ଷିଣରେ ସରହଲି କଲନ ଗ୍ରାମରେ ଜନ୍ମିତ ସୋବତି ୧୯୬୬ ରାଜ୍ୟଗୋଷ୍ଠୀ କ୍ରୀଡା ହାମର ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ । CWGରେ ଏହା ଫିଲ୍ଡ ଇଭେଣ୍ଟରେ ଦେଶର ପ୍ରଥମ ପଦକ ଥିଲା ଓ ୧୯୫୮ରେ ଆଥଲେଟିକ୍‌ସରେ ମିଲ୍‌ଖା ସିଂହଙ୍କ ସ୍ବର୍ଣ୍ଣ ପଦକ ପରେ ଏହା ଦ୍ବିତୀୟ ପଦକ ଥିଲା ।

ଅଭିନୟ ଓ ଆଥଲେଟିକ୍‌ସ କ୍ୟାରିୟର ସହ ୬ ଫୁଟ ୫ ଇଞ୍ଚ ଉଚ୍ଚତା ଥିବା ଯୋଗୁଁ ସୋବତି ସେନାରେ(BSF) ମଧ୍ୟ କାର୍ଯ୍ୟ କରିଛନ୍ତି । 'ମହାଭାରତ' ଧାରାବାହିକର ଭୀମ, 'ଚାଚା ଚୌଧୁରୀ'ରେ ସାହୁ ଲୋକପ୍ରିୟ ଟିଭି ଚରିତ୍ର ତାଙ୍କୁ ବେଶ୍‌ ପ୍ରସିଦ୍ଧି ଆଣିଦେଇଥିଲା । ସୋବତିଙ୍କ ବ୍ୟସ୍ତବହୁଳ ଚଳଚିତ୍ର, ଧାରାବାହିକ ଓ ଟେଲିଭିଜନ କ୍ୟାରିୟର ସହିତ ସେ ରାଜନୀତି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୩ରେ ଦିଲ୍ଲୀ ମୁନିସପାଲ କର୍ପୋରେସନ ନିର୍ବାଚନ ଲଢିଥିଲେ ଓ BJPରେ ଯୋଗଦେଇଥିଲେ ।

IANS

ABOUT THE AUTHOR

...view details