ମୁମ୍ବାଇ: ଚଳିତ AFC ମହିଳା ଏସିଆନ କପ୍ ୨୦୨୨ ପ୍ରତିଯୋଗିତାରେ ଭାରତକୁ ବଡ ଝଟ୍କା । ରବିବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ଭାରତ-ଚାଇନିଜ ତାଇପେଇ ଗ୍ରୁପ A ମ୍ୟାଚ୍ ବାତିଲ ହୋଇଛି । ଭାରତୀୟ କ୍ୟାମ୍ପ୍ରେ COVID-19 ମାମଲା ସାମ୍ନାକୁ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏକାଧିକ COVID-୧୯ ପଜିଟିଭ ଚିହ୍ନଟ ପରେ ଭାରତ ଆବଶ୍ୟକୀୟ ୧୩ଜଣ ଖେଳାଳି, ଚାଇନିଜ ତାଇପେଇ ବିପକ୍ଷ ଗ୍ରୁପ A ମ୍ୟାଚ୍ ପାଇଁ ପ୍ରସ୍ତୁତ କରିବାକୁ ଅସମର୍ଥ ହୋଇଥିଲା । ଫଳରେ COVID-19 ମହାମାରୀ ସମୟରେ AFC ପ୍ରତିଯୋଗିତାର ଧାରା ୪.୧ର ସ୍ପେଶାଲ ନିୟମ(Special Rules) ଅନୁଯାୟୀ, ଭାରତ ମ୍ୟାଚ୍ ଖେଳିବାକୁ ଅସମର୍ଥ ହୋଇଥିଲା । AFC ପକ୍ଷରୁ ଏକ ଅଫିସିଆଲ ବିବୃତିରେ ଏହା ସ୍ପଷ୍ଟ କରାଯାଇଛି ।