କୋଚୀ: ଆଗାମୀ AFC ମହିଳା ଏସିଆନ କପ ପାଇଁ ଘୋଷଣା ହୋଇଛି ଭାରତୀୟ ସ୍କ୍ବାଡ୍ । ମଙ୍ଗଳବାର ଭାରତୀୟ ମହିଳା ଫୁଟବଲ ଟିମର ମୁଖ୍ୟ କୋଚ୍ ଥୋମାସ ଡେନରବେ ୨୩ ଜଣିଆ ସ୍କ୍ବାଡ୍ ଘୋଷଣା କରିଛନ୍ତି । ଏହି ସ୍କ୍ବାଡ୍ରେ ଦୁଇ ଓଡିଆ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ପାନାଙ୍କୁ ସ୍ଥାନ ମିଳିଛି ।
AFC ମହିଳା ଏସିଆନ କପ ମୁମ୍ବାଇ, ନବି ମୁମ୍ବାଇ ଓ ପୁନେରେ ଜାନୁଆରୀ 20ରୁ ଫେବୃଆରୀ ୬ ମଧ୍ୟରେ ଖେଳାଯିବା ନେଇ ସୂଚୀ ରହିଛି । ସର୍ବ ଭାରତୀୟ ଫୁଟବଲ ମହାସଂଘ(AIFF) ଏହି ଟୁର୍ନାମେଣ୍ଟ ପାଇଁ ଟିମର କ୍ୟାପଟେନ୍ ନିଯୁକ୍ତ କରିନାହିଁ । ତେବେ ଅଭିଜ୍ଞ ଆଶା ଦେବୀ ଟିମର ନେତୃତ୍ବ ଭାର ସମ୍ଭାଳି ପାରନ୍ତି ।
ଏହାମଧ୍ୟ ପଢନ୍ତୁ: IPL Title Sponsor: ହଟିଲା VIVO, ଏଣ୍ଟ୍ରି ମାରିଲା TATA Group
ଗତ ମାସରେ ଢାକାରେ ଅନୁଷ୍ଠିତ ହୋଇଥିବା ୧୯ ବର୍ଷରୁ କମ SAFF ଚାମ୍ପିଅନସିପ୍ରେ ଭାରତୀୟ ଟିମର ସଦସ୍ୟ ରହିସାରିଥିବା ହେମମ ସିଲକି ଦେବୀ(ଡିଫେଣ୍ଡର), ମାରିୟାମଲ ବାଲାମୁରୁଗାନ(ଫରୱାର୍ଡ), ସୁମତି କୁମାରୀ (ଫରୱାର୍ଡ) ଓ ନାଓରେମ ପ୍ରିୟଙ୍ଗକା ଦେବୀ(ଡିଫେଣ୍ଡର) ୨୩ ଜଣିଆ ସ୍କ୍ବାଡ୍ରେ ରହିଛନ୍ତି ।
ସ୍କ୍ବାଡ୍:
ଗୋଲ୍କିପର: ଅଦିତି ଚୌହାନ(୧), ମାଇବାମ ଲିଥୋଇଙ୍ଗାମ୍ବି ଦେବୀ(୨୩), ସୋମିୟା ନାରାୟଣସ୍ବାମୀ(୧୯) ।
ଡିଫେଣ୍ଡର: ଡାମିଲା ଛବିର(୧୭), ସ୍ବିଟି ଦେବୀ ନଗାଙ୍ଗବାମ(୨), ରିତୁ ରାଣୀ(୨୧), ଲୋଇତୋଙ୍ଗବାମ ଆଶାଲତା ଦେବୀ(୪), ମନୀଷା ପାନା(୩), ହେମନ ସିଲକି ଦେବୀ(୫), ସଞ୍ଜୁ ଯାଦବ(୮) ।