ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଏଏଫସି ମହିଳା ଏସିଆନ କପ ୨୦୨୨ । ପ୍ରଥମ ଦିନରେ ଗ୍ରୁପ ଏରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଚୀନ ଓ ଚାଇନିସ ତାଇପୋ ଓ ଦ୍ବିତୀୟ ମୁକାବିଲା ଭାରତ ଓ ଇରାକ ମଧ୍ୟରେ ଅନୁଷ୍ଠିତ ହେବ । ଏସିଆନ କପରେ ପୂର୍ବରୁ ଭାରତ ଭାରତ ୩ ଥର ଶ୍ରେଷ୍ଠ ପ୍ରଦର୍ଶନ କରିଛି ।
୧୯୭୯ ଓ ୧୯୮୩ରେ ଦୁଇ ଥର ଟାଇଟଲ ହାତେଇବାରୁ ବଞ୍ଚିତ ହୋଇଥିଲା ଭାରତ । ରନର୍ସଅପ୍ରେ ସନ୍ତୁଷ୍ଟ ରହିଥିଲା ଟିମ । ୧୯୮୧ରେ ତୃତୀୟ ସ୍ଥାନରେ ରହିଥିଲା । ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇପାରୁନାହିଁ ଦଳ । ଆୟୋଜକ ଭାବେ ଏହି ସଂସ୍କରଣ ଖେଳିବାର ଯୋଗ୍ୟତା ଲାଭ କରିଛି ଭାରତୀୟ ମହିଳା ଦଳ । ୧୯୭୯ରେ ଦଳ ତୃତୀୟ ସଂସ୍କରଣ ଆୟୋଜନ କରିଥିଲା । ଆଜି ଭାରତ- ଇରାନ ମୁକାବିଲାରେ ଭାରତର ପ୍ରଦର୍ଶନ ଉପରେ ଲକ୍ଷ୍ୟ ରହିଛି ।