ଓଡିଶା

odisha

ETV Bharat / sports

ଅଲମ୍ପିକ୍‌ରେ ଚତୁର୍ଥ ସ୍ଥାନରେ ରହି ଖୁସି ହେବା କଷ୍ଟକର: ଅଦିତି ଅଶୋକ - ଖୁସି ହେବା କଷ୍ଟକର

ଟୋକିଓ ଅଲମ୍ପିକ୍‌ରେ ଗୋଲ୍‌ଫ ପ୍ରତିଯୋଗିତାର ଫାଇନାଲରେ ଚତୁର୍ଥ ସ୍ଥାନରେ ରହିବା ସହ ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହେଲେ ଭାରତର ଅଦିତି ଅଶୋକ । ଅଧିକ ପଢନ୍ତୁ...

Aditi tied 3rd as storm disrupts final round of Olympic golf
Olympic: ପଦକ ଦୌଡରେ ଭାରତର ଗଲ୍‌ଫ ଖେଳାଳି ଅଦିତି ଅଶୋକ

By

Published : Aug 7, 2021, 10:16 AM IST

Updated : Aug 7, 2021, 12:23 PM IST

ଟୋକିଓ:ଫାଇନାଲ ରାଉଣ୍ଡ ପୂର୍ବରୁ ଦ୍ବିତୀୟ ସ୍ଥାନରେ ଥିବା ଭାରତୀୟ ଗୋଲଫ୍‌ର ଅଦିତି ଅଶୋକ ପ୍ରତିଯୋଗିତା ଶେଷରେ ଚତୁର୍ଥ ସ୍ଥାନରେ ରହିବାକୁ ସହଜରେ ଗ୍ରହଣ କାରିପାରିନାହାନ୍ତି । ଅନ୍ୟ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ହୁଏତ ସେ ଖୁସିରେ ଚତୁର୍ଥ ସ୍ଥାନରେ ରହିଥିବାରୁ ଖୁସିହୋଇଥାନ୍ତେ, ମାତ୍ର ଅଲମ୍ପିକ ଗୋଲଫ ପ୍ରତିଯୋଗିତାରେ ଜଣେ ଭାରତୀୟ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ଦୁଃଖିତ ବୋଲି କହିଛନ୍ତି ଅଦିତି ।

ଫାଇନାଲ ରାଉଣ୍ଡ ପୂର୍ବରୁ ଦ୍ବିତୀୟ ସ୍ଥାନରେ ଥିବା ଅଦିତି, ୩ଟି ପ୍ରୟାସରେ ୬୮ରୁ କମ ପଏଣ୍ଟ ହାସଲ କରିବା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହାପରେ ୨୩ ବର୍ଷିୟା ଅଦିତି ନିଜର ଫାଇନାଲ ରାଉଣ୍ଡ ପ୍ରଦର୍ଶନକୁ ନେଇ ଖୁସି ନଥିବା ଜାହିର କରିଛନ୍ତି । "ଅନେକ ଫେୟାରୱେଜ୍‌ ସୁଯୋଗ ହରାଇଲି, ଫ୍ରଣ୍ଟ ନାଇନରୁ ମାତ୍ର ଗୋଟିଏ ହିଟ୍‌ କରିପାରିଲି, ୩-୪ଟି ହିଟ୍‌ କରିବାର ଥିଲା । ଏହା ଖରାପ ଦିନ ଥିଲା, ଯାହା ମୋତେ ପଦକ ସ୍ଥାନରୁ ବାହାରକୁ ନେଇଗଲା । ପତାକା ନିକଟରେ ଥିଲେ ମଧ୍ୟ ପାଖରେ ପହଞ୍ଚିପାରିଲିନାହିଁ ।"

"ଏକ ପଦକ ନିଶ୍ଚୟ ଜିତିବାକୁ ଇଚ୍ଛା ରହିଥିଲା, ମାତ୍ର ଭାବୁଛି ଏହି ପ୍ରଦର୍ଶନରେ ସମସ୍ତେ ଖୁସି ଥିବେ । ରାଉଣ୍ଡକୁ ଯିବା ସମୟରେ ଏହା ବିଷୟରେ(ଲୋକମାନେ TVରେ ତାଙ୍କୁ ଦେଖୁଛନ୍ତି) ମୁଁ ଅଧିକ ଭାବିନଥିଲି", କହିଛନ୍ତି ଅଦିତି ।

ପ୍ରାୟ ୧୦୦ ବର୍ଷ ପରେ ୨-୧୬ରେ ଅଲମ୍ପିକ ଖେଳକୁ ଫେରିଥିଲା ଗୋଲ୍‌ଫ । ଏହି ସଂସ୍କରଣରେ ଅଦିତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଓ ୪୧ତମ ସ୍ଥାନରେ ଥିଲେ ।

ଅଦିତି କହିଛନ୍ତି, "ଯେବେ ମୁଁ ପ୍ରଥମ କରି ଗୋଲ୍‌ଫ ଖେଳିବା ଆରମ୍ଭ କରିଥିଲି, ଅଲମ୍ପିକ୍‌ରେ ଖେଳିବା ସ୍ବପ୍ନ ନଥିଲା । ଗୋଲ୍‌ଫ ଅଲମ୍ପିକ ଖେଳ ମଧ୍ୟ ନୁହେଁ । ତେବେ ନିରନ୍ତର ପରିଶ୍ରମ ସହ ପ୍ରତିଦିନ କିଛି ନୂଆ ଶିକ୍ଷା ଆଗକୁ ବଢିବାର ବାଟ ଦେଖାଇଥାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2021, 12:23 PM IST

ABOUT THE AUTHOR

...view details