ନୂଆଦିଲ୍ଲୀ:ଦେଶର ପ୍ରଥମ ମହିଳା ଗୋଲଫର ଭାବେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଅଦିତି ଅଶୋକ । ମଙ୍ଗଳବାର ପ୍ରକାଶିତ ଚୁଡାନ୍ତ ଅଲମ୍ପିକ ର୍ୟାକିଂରେ ଗୋଲ୍ଫର ଅଦିତି ଅଶୋକ ଇତିହାସ ରଚିଛନ୍ତି । 45ତମ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିବା ସହ ନିଜର ଦ୍ବିତୀୟ ଅଲମ୍ପିକ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏହି ସଫଳତା ପରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଅଦିତିଙ୍କୁ ଶୁଭେଚ୍ଛା ଜଣାଇଛି । କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଟ୍ବିଟ ଯୋଗେଁ ଖୁସିବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।