ଓଡିଶା

odisha

ETV Bharat / sports

ACT Hockey 2023: ପାକିସ୍ତାନକୁ ହରାଇ ସେମିରେ ଭାରତ, ଅଧିନାୟକ ହର୍ମନପ୍ରୀତଙ୍କ ଡବଲ ଗୋଲ - ପୁରୁଷ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା

ଶେଷ ଲିଗ ମ୍ୟାଚରେ ପାକିସ୍ତାନକୁ ହରାଇ ସେମିରେ ପ୍ରବେଶ କଲା ଭାରତ । ଅଧିକ ପଢନ୍ତୁ

ACT Hockey 2023
ACT Hockey 2023

By

Published : Aug 10, 2023, 8:28 AM IST

ଚେନ୍ନାଇ: ପୁରୁଷ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଶେଷ ହୋଇଛି ଲିଗ ମ୍ୟାଚ । ଅନ୍ତିମ ମ୍ୟାଚରେ ଦମ ଦେଖାଇଲା ଭାରତ । ଚିରପ୍ରତିଦ୍ବନ୍ଦି ପାକିସ୍ତାନକୁ ଧରାଶାୟୀ କରି 4-0 ଗୋଲରେ ମ୍ୟାଚ ଜିତି ନେଇଛି ଭାରତ । ଫଳରେ ସର୍ବାଧିକ 13 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ଶେଷ ହେବା ପରେ ସେମିଫାଇନାଲ ଚୂଡାନ୍ତ ହୋଇଛି । ଆସନ୍ତା 11 ତାରିଖରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମେ ମାଲେସିଆ-ଦକ୍ଷିଣ ଆଫ୍ରିକା ଓ ଦ୍ବିତୀୟରେ ଭାରତ-ଜାପାନ ମଧ୍ୟରେ ମୁକାବିଲା ହେବ । ଏହାପରେ ଅଗଷ୍ଟ 12 ତାରିଖରେ ଫାଇନାଲ ମୁକାବିଲା ହେବ ।

ଏହା ମଧ୍ୟ ପଢନ୍ତୁ-Asian Champions Trophy 2023: ୫-୦ରେ ମାଲେସିଆକୁ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ

ବୁଧବାର ଦିନ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ସେମିଫାଇନାଲ ଖେଳିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିଲେ ଦୁଇ ଦଳ । ଏହି ମ୍ୟାଚକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିଲା । ଆଶା ରହିଥିବା ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ହେବ । କିନ୍ତୁ ତାହା ହେଲା ନାହିଁ । ମ୍ୟାଚଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା । ଭାରତ ବିପକ୍ଷରେ ଗୋଟିଏବି ଗୋଲ କରିବାରେ ସଫଳ ହୋଇନଥିଲା ପାକିସ୍ତାନ । ଫଳରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖି 4-0ରେ ବିଜୟୀ ହୋଇଥିଲା । 4ଟି ଗୋଲ ମଧ୍ୟରେ 3ଟି ପେନାଲ୍ଟି କର୍ଣ୍ଣରରୁ ମିଳିଥିଲା । ଅଧିନାୟକ ହର୍ମନପ୍ରୀତ 2ଟି ଗୋଲ ଦେଇଥିବା ବେଳେ ଯୁଗରାଜ ସିଂ ଓ ଆକାଶଦୀପ ସିଂ ଗୋଟିଏ ଲେଖାଏଁ ଗୋଲ ଦେଇ ଭାରତକୁ ସେମିଫାଇନାଲ ଲଢେଇରେ ସାମିଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ICC World Cup: 9ଟି ମ୍ୟାଚ ଖେଳସୂଚୀରେ ପରିବର୍ତ୍ତନ, ଅଗଷ୍ଟ 25ରୁ ଟିକେଟ୍‌ ବିକ୍ରି

ବୁଧବାର ପ୍ରଥମେ ଜାପାନ ଓ ଚୀନ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 2-1 ଗୋଲରେ ଜାପାନ ବିଜୟୀ ହୋଇଥିଲା । ପରେ ମାଲେସିଆ ଓ କୋରିଆ ମଧ୍ୟରେ ମୁକାବିଲା ହୋଇଥିଲା । ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଦକ୍ଷିଣ କୋରିଆ ଖାତା ଖୋଲିବାରେ ବିଫଳ ହୋଇଥିବା ବେଳେ ଗୋଟିଏ ଗୋଲ କରି ମାଲେସିଆ ବିଜୟୀ ହୋଇଥିଲା ।

ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଭାରତ, ସେହିପରି ଦ୍ବିତୀୟ ସ୍ଥାନରେ ମାଲେସିଆ, ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆ ଓ ଚତୁର୍ଥ ସ୍ଥାନରେ ଜାପାନ ରହିଛି । ଏହି 4 ଦଳ ମଧ୍ୟରେ ଆସନ୍ତା 11 ତାରିଖରେ ସେମିଫାଇନାଲ ଖେଳାଯିବ ।

ABOUT THE AUTHOR

...view details