ଓଡିଶା

odisha

ETV Bharat / sports

ଅଞ୍ଜୁ ବବିଙ୍କ ଖୁଲାସା, ଗୋଟିଏ କିଡନୀରେ ବିଶ୍ବ ଆଥଲେଟିକ୍ସରେ ଜିତିଛନ୍ତି ମେଡାଲ - ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ

ଗୋଟିଏ କିଡନୀରେ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ କାଂସ୍ୟ ପଦକ ଜିତିଥିଲେ ଅଲମ୍ପିଆନ ଅଞ୍ଜୁ ବବି । ଅଧିକ ପଢନ୍ତୁ...

Achieved success with single kidney: Anju Bobby George's stunning revelation
ଅଞ୍ଜୁ ବବିଙ୍କ ଖୁଲାସା, ଗୋଟିଏ କିଡନିରେ ବିଶ୍ବ ଆଥଲେଟିକ୍ସରେ ଜିତିଛନ୍ତି ମେଡାଲ

By

Published : Dec 7, 2020, 11:39 PM IST

କୋଚି: ଅଲମ୍ପିଆନ ଅଞ୍ଜୁ ବବିଙ୍କ ବଡ ଖୁଲାସା । ଗୋଟିଏ କିଡନୀରେ ବିଶ୍ବ ଆଥଲେଟିକ୍ସରେ ଖେଳି ସଫଳ ହୋଇଥିଲେ ବୋଲି କହିଛନ୍ତି । ବର୍ଷ 2003ରେ ପ୍ୟାରିସରେ ହୋଇଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ କାଂସ୍ୟ ପଦକ ଜିତି ଭାରତୀୟ କ୍ରୀଡାରେ ଇତିହାସ ରଚିଥିଲେ ଅଞ୍ଜୁ ।

ଅଞ୍ଜୁ ବବିଙ୍କ ଖୁଲାସା, ଗୋଟିଏ କିଡନିରେ ବିଶ୍ବ ଆଥଲେଟିକ୍ସରେ ଜିତିଛନ୍ତି ମେଡାଲ

IAFF ବିଶ୍ବ ଆଥଲେଟିକ୍ସ ଫାଇନାଲ(ମୋନାକୋ 2005)ରେ ସ୍ବର୍ଣ୍ଣ ପଦକ ବିଜେତା ଲମ୍ବ ଡିଆଁ ଆଥଲେଟ କହିଛନ୍ତି ଯନ୍ତ୍ରଣାନିରୋଧ ଔଷଧରେ ମଧ୍ୟ ଆଲର୍ଜି ରହିଥିଲା । ଏହା ସତ୍ତ୍ବେ ସେ ସଫଳତା ପାଇଥିଲେ ବୋଲି କହିଛନ୍ତି ।

ଏନେଇ ଅଞ୍ଜୁ ଏକ ଭାବପୂର୍ଣ୍ଣ ଟ୍ବିଟ କରିଛନ୍ତି, ସେଥିରେ ସେ ଲେଖିଛନ୍ତି "ମାନନ୍ତୁ କିମ୍ବା ନମାନନ୍ତୁ, ମୁଁ ସେହି ଭାଗ୍ୟଶାଳୀ ଲୋକଙ୍କ ମଧ୍ୟରେ ସାମିଲ ଯିଏ, ଗୋଟିଏ କିଡନୀ ସହାୟତାରେ ଶୀର୍ଷ ସ୍ଥରରେ ପହଞ୍ଚିପାରିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details