କୋଲକାତା: 2018 ମସିହାରେ ହକି ବିଶ୍ବକପର ସଫଳ ଆୟୋଜନ କରି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଓଡିଶା । ଏଥି ସମତେ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରି ଭାରତର ସ୍ପୋର୍ଟ୍ସ କ୍ୟାପିଟାଲ ଭାବେ ପରଗଣିତ ହେଉଛି ଓଡିଶା । କ୍ରୀଡା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ଓଡିଶାକୁ ବହୁ ସ୍ଥାନରେ ସମ୍ମାନିତ କରାଯାଇଛି । ଇତିମଧ୍ୟରେ ଭାରତର ଏକମାତ୍ର ବ୍ୟକ୍ତିଗତ ଅଲମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଓଡିଶା କ୍ରୀଡା ମଡେଲକୁ ପ୍ରଶଂସା କରିଛନ୍ତି ।
ଫେଡରେସନ ଅଫ ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ଏଫଆଇସିସି) ଆୟୋଜିତ ଏକ ଅନଲାଇନ ବାର୍ତ୍ତାଳପରେ ବିନ୍ଦ୍ରା ଏପରି କହିଛନ୍ତି । ନିଷ୍ପତ୍ତି ନେବାରେ ତଥା ଖେଳକୁ ଲୋକଙ୍କ ଜୀବନରେ ପ୍ରଭାବିତ କରିବା ପାଇଁ ‘ଓଡିଶା ମଡେଲ’କୁ ପ୍ରଶଂସା କରି ବିନ୍ଦ୍ରା କହିଛନ୍ତି,“ ଉଚ୍ଚ ପ୍ରଦର୍ଶନ କେବଳ 50 ଜଣଙ୍କୁ ଏକାଠି କରିବା ଏବଂ ସେମାନଙ୍କୁ ସ୍ୱର୍ଣ୍ଣ ପଦକ ପାଇବାକୁ ଆଶା କରିବା ନୁହେଁ। ମୂଳ ହେଉଛି କ୍ରୀଡ଼ାର ଏକ ପରିବେଶ ଏବଂ ସଂସ୍କୃତି ସୃଷ୍ଟି କରିବା |’’