ଓଡିଶା

odisha

ETV Bharat / sports

69ତମ ଜାତୀୟ ବରିଷ୍ଠ ଭଲିବଲ ଚାମ୍ପିଆନସିପର ଶୁଭାରମ୍ଭ - Volleyball Championship at bhubaneswar

କିଟ ବିଶ୍ଵବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି 69ତମ ଜାତୀୟ ଭଲିବଲ ଚାମ୍ପିୟନସିପ।। ରାଜ୍ୟ କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଚାମ୍ପିୟନସିପକୁ ଉଦଘାଟନ କରିଛନ୍ତି। ଅଧିକ ପଢ଼ନ୍ତୁ...

69ତମ ଜାତୀୟ ବରିଷ୍ଠ ଭଲିବଲ ଚାମ୍ପିୟାନସିପର ଶୁଭାରମ୍ଭ
69ତମ ଜାତୀୟ ବରିଷ୍ଠ ଭଲିବଲ ଚାମ୍ପିୟାନସିପର ଶୁଭାରମ୍ଭ

By

Published : Mar 6, 2021, 6:37 AM IST

ଭୁବନେଶ୍ବର:କିଟ ବିଶ୍ଵବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି 69ତମ ଜାତୀୟ ଭଲିବଲ ଚାମ୍ପିୟନସିପ।। ରାଜ୍ୟ କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଚାମ୍ପିୟନସିପକୁ ଉଦାଘାଟନ କରିଛନ୍ତି। ଲଗାତାର ଦ୍ଵିତୀୟ ଥର ପାଇଁ ଏହି ପ୍ରତିଯୋଗିତା କିଟରେ ଆୟୋଜିତ ହେଉଛି । ପ୍ରତିଯୋଗିତାରେ 30ଟି ପୁରୁଷ ଦଳ ଓ 28 ଟି ମହିଳା ଦଳର ପ୍ରାୟ 1500 ଖେଳାଳି ଭାଗ ନେଇଥିବା ଜଣାପଡିଛି।

69ତମ ଜାତୀୟ ବରିଷ୍ଠ ଭଲିବଲ ଚାମ୍ପିୟାନସିପର ଶୁଭାରମ୍ଭ

69ତମ ଜାତୀୟ ଭଲିବଲ ଚାମ୍ପିଆନସିପରେ 150ରୁ ଊର୍ଦ୍ଧ୍ବ ମ୍ୟାଚ ଖେଳା ଯିବ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମାର୍ଚ୍ଚା 11 ତାରିଖ ଯାଏଁ ଚାଲିବ। ଏଭଳି ଚାମ୍ପିୟନସିପ ମାଧ୍ୟମରେ ରାଜ୍ୟ ତଥା ଦେଶରେ ଏହି ଖେଳର ପ୍ରଚାର ଓ ପ୍ରସାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶାରୁ କିପରି ଅଧିକରୁ ଅଧିକ କ୍ରୀଡ଼ାବିତ ଜାତୀୟ ଦଳରେ ଭାଗ ନେଇ ଦେଶ ଓ ରାଜ୍ୟର ନାଁକୁ ଗୌରବାନ୍ବିତ କରିବେ ସେ ଦିଗରେ କାର୍ଯ୍ୟ କରାଯିବ। ଏହାକୁ ନେଇ ଜାତୀୟ ଭଲିବଲ ମହାସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କିଟ ଓ କିସର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ, ଜାତୀୟ ଭଲିବଲ ମହାସଂଘର ସାଧାରଣ ସମ୍ପାଦକ ଅନୀଲ ଚୌଧୁରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଅତିଥିମାନେ ଉପସ୍ଥିତ ରହିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details