ଓଡିଶା

odisha

ETV Bharat / sports

46ତମ ଜାତୀୟ ସବ-ଜୁନିୟର ବାସ୍କେଟବଲ ଚମ୍ପିଆନସିପ ଆରମ୍ଭ - ଜ୍ଞାନ ରଞ୍ଜନ ପରିଡା

କଟକ ଇନଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି 46ତମ ଜାତୀୟ ସବ-ଜୁନିୟର ବାସ୍କେଟବଲ ଚମ୍ପିଆନସିପ । ମୋଟ 25ଟି ରାଜ୍ୟରୁ 1000ରୁ ଊର୍ଦ୍ଧ୍ଵ ଖେଳାଳୀ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

By

Published : Sep 3, 2019, 11:43 PM IST

କଟକ: ପ୍ରଥମେ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପରେ କଟକ ଇନଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି 46ତମ ଜାତୀୟ ସବ-ଜୁନିୟର ବାସ୍କେଟବଲ ଚମ୍ପିଆନସିପ୍। ମୋଟ 25ଟି ରାଜ୍ୟରୁ 1000ରୁ ଊର୍ଦ୍ଧ୍ଵ ଖେଳାଳୀ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଉଭୟ ବାଳକ ଓ ବାଳିକା ବର୍ଗରେ 1000ରୁ ଊର୍ଦ୍ଧ୍ବ ଖେଳାଳୀ ରହିଛନ୍ତି । ଗୋଟିଏ ପରେ ଗୋଟିଏ ବଡ ଧରଣର ଇଭେଣ୍ଟ ଆୟୋଜନ କରି ଓଡିଶା ଦେଶର କ୍ରୀଡା ରାଜଧାନୀର ପରିଚୟ ଦେଉଛି । ଯାହା କ୍ରୀଡ଼ାପ୍ରେମୀଙ୍କୁ ବେଶ ଉତ୍ସାହିତ କରଛି। ତେବେ ଏହି ଟୁର୍ଣ୍ଣାମେଣ୍ଟ କଟକବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ରାଜ୍ୟ ବାସ୍କେଟବଲ ସଂଘର ସମ୍ପାଦକ ଜ୍ଞାନ ରଞ୍ଜନ ପରିଡା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଅନ୍ୟପଟେ ଏହି ମେଗା ଇଭେଣ୍ଟ ରେ ଟିମ ଓଡିଶା ତାର ଦବଦବା ଦେଖାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦୀର୍ଘ ଦିନ ଧରି ଟ୍ରେନିଂ କ୍ୟାମ୍ପ କରିବା ପରେ ଓଡିଶା ଦଳ ସ୍ଥିତି ଏବେ ମଜଭୁତ ବୋଲି କହିଛନ୍ତି ଦଳର କୋଚ ଓ ଖେଳାଳୀ । ପ୍ରତିପକ୍ଷ ଟିମକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ବୋଲି ବାଳିକା ଓ ବାଳକ ଦଳ କ୍ୟାପଟେନ କହିଛନ୍ତି। ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଓଡିଶା ଖେଳାଳୀଙ୍କ ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details