ଓଡିଶା

odisha

ETV Bharat / sports

44ତମ ସର୍ବ ଭାରତୀୟ ସଫ୍ଟ ବଲ ଚମ୍ପିଆନସିପ୍‌ ଉଦଯାପିତ - ପୁରୀରେ ସଫ୍ଟ ବଲ ଚମ୍ପିଆନସିପ

ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା 44ତମ ସର୍ବ ଭାରତୀୟ ସଫ୍ଟ ବଲ୍‌ ଚମ୍ପିଆନସିପ୍‌ ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ

ସର୍ବ ଭାରତୀୟ ସଫ୍ଟ ବଲ ଚମ୍ପିଆନସିପ ଉଦଯାପିତ
ସର୍ବ ଭାରତୀୟ ସଫ୍ଟ ବଲ ଚମ୍ପିଆନସିପ ଉଦଯାପିତ

By

Published : Feb 9, 2023, 10:31 PM IST

44ତମ ସର୍ବ ଭାରତୀୟ ସଫ୍ଟ ବଲ ଚମ୍ପିଆନସିପ ଉଦଯାପିତ

ପୁରୀ : ଜିଲ୍ଲାରେ ଚାଲିଥିବା 44ତମ ସର୍ବ ଭାରତୀୟ ସଫ୍ଟ ବଲ ଚମ୍ପିଆନସିପ ଉଦଯାପିତ ହୋଇଛି । ଏହି ଚମ୍ପିଆନସିପରେ ଦମଦାର ଖେଳ ପ୍ରଦର୍ଶନ କରି ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ ଓ ମହିଳା ବିଭାଗରେ ମହାରାଷ୍ଟ୍ର ଟିମ୍ ଚମ୍ପିଆନ ଟାଇଟଲ ହାସଲ କରିଛନ୍ତି । ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା 44ତମ ସର୍ବ ଭାରତୀୟ ସଫ୍ଟବଲ୍‌ ଚମ୍ପିଆନସିପ ଉଦଯାପିତ ହୋଇଯାଇଛି ।

ଏହି ଚମ୍ପିଆନସିପ୍‌ରେ ଦମଦାର ଖେଳ ପ୍ରଦର୍ଶନ କରି ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ ଟିମ୍‌ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ମହିଳା ବିଭାଗରେ ମହାରାଷ୍ଟ୍ର ଟିମ୍‌ ଚମ୍ପିଆନ୍‌ ହୋଇଛି । ଉଭୟ ବର୍ଗରେ ପଞ୍ଜାବ ଟିମ୍‌ ରନର୍ସ ଅପ୍‌ ହୋଇଛି । ସେହିପରି ଏହି ଚମ୍ପିଆନସିପରେ ପୁରୁଷ ବର୍ଗରେ ଛତିଶଗଡ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ମେଡାଲ ହାତେଇଛନ୍ତି । ମହିଳା ବର୍ଗରେ କେରଳ ଟିମ୍‌ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ମେଡାଲ ହାତେଇଛନ୍ତି ।

ଗତ 5 ତାରିଖରୁ ଏହି ସର୍ବ ଭାରତୀୟ 44 ତମ ସଫ୍ଟ ବଲ ଚମ୍ପିଆନସିପ ଆରମ୍ଭ ହୋଇଥିଲା । ଏହି ଚମ୍ପିଆନସିପରେ ଦେଶର ବିଭିନ୍ନ ରାଜ୍ୟରୁ 26ଟି ପୁରୁଷ ଓ 24ଟି ମହିଳା ଦଳ ଭାଗ ନେଇଥିଲେ । ଉଦଯାପନୀ ଦିବସରେ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିଆନ ଟିମ୍‌କୁ ଟ୍ରଫି ପ୍ରଦାନ କରିବା ସହ ପୁରସ୍କୃତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ସହ ପୁରୀ ଜିଲା କ୍ରୀଡା ଅଧିକାରୀ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଏବଂ ବହୁ କ୍ରୀଡ଼ା ସଂଗଠକ ଯୋଗ ଦେଇଥିଲେ । ପୁରୀରେ 44ତମ ସର୍ବ ଭାରତୀୟ ସଫ୍ଟ ବଲ ଚମ୍ପିଆନସିପ୍‌ରେ ଭାଗ ନେଇ ଖେଳାଳି ବେଶ ଉତ୍ସାହିତ ଥିବା କହିଛନ୍ତି । ତେବେ ଆଗାମୀ ଦିନରେ ସଫ୍ଟ ବଲ କ୍ରୀଡାକୁ ଓଡ଼ିଶାରେ ଲୋକପ୍ରିୟ କରାଇବା ଦିଗରେ ପ୍ରମୁଖ ଭୂମିକା ନେବ ବୋଲି କ୍ରିଡ଼ାପ୍ରେମୀ ଓ କ୍ରୀଡାବିତ ଆଶା ରଖିଛନ୍ତି ।


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details