ଓଡିଶା

odisha

ETV Bharat / sports

TOKYOରେ ପଶିଲା କୋରୋନା, ୪ ଭାରତୀୟ ଟୋକିଓ ସଦସ୍ୟ ପଜିଟିଭ ଚିହ୍ନଟ

ଟୋକିଓରେ ପହଞ୍ଚିଲା ଭାରତୀୟ ଅଲମ୍ପିକ ଟିମ୍ । ଚିନ୍ତା ବଢାଇଲା କୋଭିଡ୍ ସଂକ୍ରମଣ । ଜଣେ ଆଥଲେଟଙ୍କ ସହ ୪ ଭାରତୀୟ ଟୋକିଓ ସଦସ୍ୟ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଜଣେ ଆଥଲେଟଙ୍କ ସହ ୫ ଭାରତୀୟ ଟୋକିଓ ସଦସ୍ୟ କୋରୋନା ଚିହ୍ନଟ
ଜଣେ ଆଥଲେଟଙ୍କ ସହ ୫ ଭାରତୀୟ ଟୋକିଓ ସଦସ୍ୟ କୋରୋନା ଚିହ୍ନଟ

By

Published : Jul 17, 2021, 10:44 AM IST

ଟୋକିଓ: ଟୋକିଓ ଅଲମ୍ପିକକୁ ବାକି ରହିଲା ୬ ଦିନ । ଏଥିପାଇଁ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛି ଭାରତୀୟ ପ୍ରଥମ ପର୍ଯ୍ୟାୟ ଅଲମ୍ପିକ ଦଳ । ମାତ୍ର ଚିନ୍ତା ବଢାଉଛି କୋଭିଡ ସଂକ୍ରମଣ । ଆଜି(ଶନିବାର) ସକାଳେ ଭାରତୀୟ ଦଳ ଟୋକିଓରେ ପହଞ୍ଚିବା ପରେ କୋଭିଡ ଟେଷ୍ଟ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭାରତୀୟ ଦଳଙ୍କ ମଧ୍ୟରେ ଜଣେ ଖେଳାଳି ଥିବାବେଳେ ଅଲମ୍ପିକ୍ସର ୪ ସଦସ୍ୟ ଅଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରାନ୍ତ ଭାରତୀୟ ଟିମ୍ ଋଷ୍ ଖେଳାଳିଙ୍କ ସଂସ୍ପର୍ଶରେ ଆସିବା ପରେ ସଂକ୍ରମିତ ଚିହ୍ନଟ ହୋଇଥିବା ଆଶଙ୍କା କରାଯାଉଛି । ହକି, ସୁଇମିଂ ଓ ବ୍ୟାଡମିଣ୍ଟନ ଭଳି ଇଭେଣ୍ଟର ପ୍ରାୟ ୯୦ ଜଣ ଖେଳାଳି ଆଜି ଟୋକିଓ ଯାଇଛନ୍ତି ।

ଅନ୍ୟପଟେ ଟୋକିଓ ଅଲମ୍ପିକ୍ ଯେତେ ପାଖେଇ ଆସୁଛି ଟିମରେ ଆକ୍ରାନ୍ତଙ୍କ ସଂଖ୍ୟା ସେତେ ବୃଦ୍ଧି ପାଉଛି । ଚଳିତ ବର୍ଷ ଅଲମ୍ପିକ ବହୁ ବାଦ ପ୍ରତିବାଦ ମଧ୍ୟରେ ଆସନ୍ତା ୨୩ରେ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଉଭୟ ଖେଳାଳି ଏବଂ ଅଲମ୍ପିକ ପ୍ରେମୀଙ୍କୁ ଚିନ୍ତାରେ ପକାଇଛି କୋରୋନା ।

@ANI

ABOUT THE AUTHOR

...view details