ଓଡିଶା

odisha

ETV Bharat / sports

ଭୁବନେଶ୍ୱରରେ ହେବ 25ତମ ସର୍ବଭାରତୀୟ ବନବିଭାଗ କ୍ରୀଡା ପ୍ରତିଯୋଗିତା - ରାଜଧାନୀ ଭୁବନେଶ୍ବରରେ ବନବିଭାଗ କ୍ରୀଡ଼ା ପ୍ରତିଯୋଗୀତା

ଓଡିଶାରେ ଖେଳାଯିବ 25ତମ ସର୍ବ ଭାରତୀୟ ବନ ବିଭାଗ କ୍ରୀଡା ପ୍ରତିଯୋଗିତା । ଏହି ପ୍ରତିଯୋଗିତା ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ମାର୍ଚ୍ଚ 3 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

All India Forest Sports Meet
ସର୍ବଭାରତୀୟ ବନବିଭାଗ କ୍ରୀଡ଼ା ପ୍ରତିଯୋଗୀତା

By

Published : Feb 27, 2020, 8:57 PM IST

Updated : Feb 27, 2020, 9:59 PM IST

ଭୁବନେଶ୍ବର: ଓଡିଶାରେ ଖେଳାଯିବ 25ତମ ସର୍ବ ଭାରତୀୟ ବନ ବିଭାଗ କ୍ରୀଡା ପ୍ରତିଯୋଗିତା। ଏହି ପ୍ରତିଯୋଗିତା ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ମାର୍ଚ୍ଚ 3 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତାର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱରରେ ହେବ 25 ତମ ସର୍ବଭାରତୀୟ ବନବିଭାଗ କ୍ରୀଡା ପ୍ରତିଯୋଗିତା

ମାର୍ଚ୍ଚ 7 ତାରିଖରେ ଏହି ପ୍ରତିଯୋଗିତା ଉଦଯାପିତ ହେବ। ସାରାଦେଶରୁ 37ଟି ଟିମର ପ୍ରାୟ 2500 ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଆଜି ଏନେଇ ସ୍ଥାନୀୟ ଅରଣ୍ୟ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଶ୍ରୀଯୁକ୍ତ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ଏହି ପ୍ରତିଯୋଗିତାରେ 285 ବିଭାଗରେ 23 ପ୍ରକାର କ୍ରୀଡା ପ୍ରଦର୍ଶିତ ହେବ । କିଟ୍‌ ସହିତ କଳିଙ୍ଗ ଷ୍ଟାଡିୟମ ଓ ରେଳବାଇ ଷ୍ଟାଡିୟମରେ ଏହି ସବୁ ଖେଳ ଆୟୋଜନ ହେବ ବୋଲି ସେ କହିଛନ୍ତି। ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହେବ । ବିଭିନ୍ନ ସ୍ଥାନରୁ ଆସୁଥିବା କ୍ରୀଡ଼ାବିତଙ୍କ ରହିବା ଓ ଖାଇବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଥିବା ସେ କହିଛନ୍ତି। ଏଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ ମୁଖ୍ୟତଃ କର୍ମଚାରୀମାନଙ୍କୁ ସୁସ୍ଥ ଏବଂ ଚଞ୍ଚଳ ରଖିବା ଉଦ୍ଦେଶ୍ୟରେ ହୋଇଆସୁଛି।

ଜଙ୍ଗଲ ଓ ପରିବେଶ ବିଭାଗ ଏହି ପ୍ରତିଯୋଗିତାର ଆୟୋଜକ ରହିଛି । ଏଥିସହିତ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସମୟରେ ଅଂଶଗ୍ରହଣକାରୀମାନେ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି । ଆୟୋଜକଙ୍କ ପକ୍ଷରୁ 3ହଜାର ଷ୍ଟିଲ ବଟଲ ପାଣି ପିଇବା ଲାଗି ବଣ୍ଟନ କରାଯିବ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Feb 27, 2020, 9:59 PM IST

ABOUT THE AUTHOR

...view details