ଓଡିଶା

odisha

ETV Bharat / sports

ବୌଦ୍ଧରେ 21ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପ ଉଦଘାଟିତ - 21ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ

ବୌଦ୍ଧ ଜିଲ୍ଲାରେ ଉଦଘାଟିତ ହୋଇଯାଇଛି 21ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପ ।

ଫଟୋ ସୌଜନ୍ୟ- ପ୍ରତିନିଧି ବୌଦ୍ଧ

By

Published : Sep 13, 2019, 8:51 PM IST

ବୌଦ୍ଧ: ଜିଲ୍ଲାରେ ଉଦଘାଟିତ ହୋଇଯାଇଛି 21ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପ । ତେବେ ଆଜିଠାରୁ(ଶୁକ୍ରବାର) ଆରମ୍ଭ ହୋଇ ଆସନ୍ତା ତିନିଦିନ ଧରି ଚାଲିବାକୁଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ 18ଟି ୟୁନିଟରୁ ସମୁଦାୟ 205 ଜଣ ପ୍ରତିଯୋଗୀ ଭାଗନେଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ବୌଦ୍ଧ

ସ୍ଥାନୀୟ କଚେରୀ ପଡିଆଠାରେ ଏହି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ରାଜ୍ୟ ତୀରନ୍ଦାଜ ସଂପାଦକ ସଦାନନ୍ଦ ଦାସଙ୍କ ସହିତ ଜିଲ୍ଲା ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଭାଗନେଗଥିବା ପ୍ରତିଯୋଗୀ ବେଶ ଉତ୍ସାହିତ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details