ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ସଭାପତି ନରିନ୍ଦର ବାତ୍ରା ନ୍ୟାଶନାଲ ସ୍ପୋର୍ଟସ ଫେଡେରେସନ(NSF) ଅଧିକାରୀଙ୍କୁ ଭେଟିବାକୁ ଚାହୁଁଥିବା କହିଛନ୍ତି । ଆଗାମୀ 2020 ଟୋକିଓ ଅଲମ୍ପିକ ପ୍ରସ୍ତୁତି ନେଇ ଆଇଓଏ ସଭାପତି ଭେଟିବାକୁ ଚାହୁଁଥିବା ଜଣାପଡିଛି ।
ଅଲମ୍ପିକ କାଉଣ୍ଟଡାଉନ, NSF ଅଧିକାରୀଙ୍କୁ ଭେଟିବେ ନରିନ୍ଦର ବାତ୍ରା - IOA ସଭାପତି ନରିନ୍ଦର ବାତ୍ରା
ଖୁବଶୀଘ୍ର ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ସଭାପତି ନରିନ୍ଦର ବାତ୍ରା, ନ୍ୟାଶନାଲ ସ୍ପୋର୍ଟସ ଫେଡେରେସନ(NSF) ଅଧିକାରୀଙ୍କୁ ଭେଟିପାରନ୍ତି । ଭାରତର ଅଲମ୍ପିକ ପ୍ରସ୍ତୁତି ନେଇ ଗୁରୁତ୍ବପୂର୍ଣ୍ଣ ଆଲାଚନା ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...
![ଅଲମ୍ପିକ କାଉଣ୍ଟଡାଉନ, NSF ଅଧିକାରୀଙ୍କୁ ଭେଟିବେ ନରିନ୍ଦର ବାତ୍ରା ଭାରତୀୟ ଅଲମ୍ପିକ ଆସୋସିଏସନ](https://etvbharatimages.akamaized.net/etvbharat/prod-images/768-512-5391278-thumbnail-3x2-wcjpeg.jpg)
ଭାରତୀୟ ଅଲମ୍ପିକ ଆସୋସିଏସନ
ନରିନ୍ଦର ବାତ୍ରା କେବଳ 2020 ଟୋକିଓ ଅଲମ୍ପିକ ନୁହେଁ ବରଂ 2024 ପ୍ୟାରିସ ଅଲମ୍ପିକ ନେଇ ମଧ୍ୟ ଖସଡା ପ୍ରସ୍ତୁତ କରିଥିବା କହିଛନ୍ତି । ଜାପାନର ଟୋକିଓରେ 2020 ଜୁଲାଇ 24ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ପ୍ରତିକ୍ଷିତ ଅଲମ୍ପିକ ଆରମ୍ଭ ହେବ । ତେବେ ଭାରତ ସମସ୍ତ 339 ଇଭେଣ୍ଟରେ ପଦକ ଜିତିବା ନେଇ ଲକ୍ଷ୍ୟ ରଖିଛି ।