ଓଡିଶା

odisha

ETV Bharat / sports

Junior Asia Cup: 18 ଜଣିଆ ଭାରତୀୟ ଦଳ ଘୋଷଣା, ଓଡିଶାରୁ 3 ଖେଳାଳି ସାମିଲ - ଏସିଆ କପ

ଏସିଆ କପ କନିଷ୍ଠ ପ୍ରତିଯୋଗିତା 18 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଅଧିକ ପଢନ୍ତୁ

18 ଜଣିଆ ଭାରତୀୟ ଦଳ ଘୋଷଣା
18 ଜଣିଆ ଭାରତୀୟ ଦଳ ଘୋଷଣା

By

Published : May 5, 2023, 4:25 PM IST

ହାଇଦ୍ରାବାଦ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କନିଷ୍ଠ ହକି ଏସିଆ କପ୍‌ । ଓମାନରେ ଆସନ୍ତା ମଇ 23ରୁ ଜୁନ 1 ତାରିଖ ଯାଏଁ ଏସିଆ କପ୍‌ କନିଷ୍ଠ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ପାଇଁ 18 ଜଣିଆ ଭାରତୀୟ ଦଳର ଘୋଷଣା ହୋଇଛି । ଏଥିରେ 3ଜଣ ଓଡ଼ିଆ ଖେଳାଳି ରହିଛନ୍ତି ।

ସୁଲତାନ ଜହୋର କପରେ ଭାରତକୁ ଚମ୍ପିଆନ କରାଇଥିବା ଉତ୍ତର ସିଂ ଦଳର ନେତୃତ୍ବ ବଜାୟ ରଖିଛନ୍ତି । ବିଶ୍ବକପ ଖେଳିଥିବା ଅଧିକାଂଶ ଖେଳାଳି ଏହି 18 ଜଣିଆ ତାଲିକାରେ ସ୍ଥାନ ପାଇଛନ୍ତି । ଫରୱାର୍ଡ ଖେଳାଳି ବବି ସିଂ ଧାମିଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି । ଭାରତ ପୁଲ-ଏରେ ସ୍ଥାନ ପାଇଛି । ଏହି ଗ୍ରୁପରେ ପାକିସ୍ତାନ, ଜାପାନ, ଚୀନ, ଥାଇଲାଣ୍ଡ ଓ ତାଇପୋଇ ସ୍ଥାନ ପାଇଛନ୍ତି । ଉତ୍ତର ସିଂଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆକୁ 5-4ଗୋଲରେ ପରାସ୍ତ କରି ସୁଲତାନ ଜୋହୋର କପ ବିଜୟୀ ହୋଇଥିଲା ଭାରତ ।

3 ଓଡିଆ ଖେଳାଳି: ପ୍ରକାଶ ପାଇଥିବା ତାଲିକାରେ 3ଜଣ ଖେଳାଳି ଓଡିଶାରୁ ରହିଛନ୍ତି । ସେମାନେ ହେଲେ ଅମନଦୀପ ଲାକ୍ରା , ସୁଦୀପ ଚିରମାକୋ ଏବଂ ସୁନୀତ ଲାକ୍ରା ।

ଏହା ବି ପଢନ୍ତୁ...IPL 2023: ଆଜି ହାର୍ଦ୍ଦିକ-ସଞ୍ଜୁ ଫାଇଟ, ଶୀର୍ଷକୁ ଉଠିବାକୁ ରୟାଲ୍ସ ପାଇଁ ସୁଯୋଗ

ଏହା ବି ପଢନ୍ତୁ...ସମାଲୋଚକ ମୁହଁ ବନ୍ଦ କଲେ ସୂର୍ଯ୍ୟ କୁମାର ଯାଦବ, ୨୦୦ ଷ୍ଟ୍ରାଇକ୍‌ ରେଟ୍‌ରେ କରୁଛନ୍ତି ରନ୍‌

ଖେଳାଳି ଦଳ: ମୋହିତ ଏଚଏସ, ହିମୱାନ ସିହ୍ବାଗ (ଗୋଲକିପର), ଶାରଦାନନ୍ଦ ତିୱାରୀ,ରୋହିତ, ଅମନଦୀପ ଲାକ୍ରା, ଅମିର ଅଲ୍ଲୀ ଓ ଯୋଗେନ୍ଦର ରାୱତ (ରକ୍ଷଣାଭାଗ ) । ମଧ୍ୟଭାଗରେ ବିଷ୍ଣୁକାନ୍ତ ସିଂ, ରାଜିନ୍ଦର ସିଂ, ପୂଭାନ୍ନା ସିବି, ଅମନଦୀପ, ସୁନୀତ ଲାକ୍ରା । ଅଗ୍ରଭାଗରେ ବବି ସିଂ ଧାମି, ଅରାଉଜିତ ସିଂ ହୁଣ୍ଡାଲ, ଆଦିତ୍ୟ ଲାଲାଗେ, ଉତ୍ତମ ସିଂ (ଅଧିନାୟକ),ସୁଦୀପ ଚିରମାକୋ ଓ ଅଙ୍ଗଦ ବୀରସିଂ ।

ବର୍ତ୍ତମାନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ 13ତମ ଉପ କନିଷ୍ଠ ଜାତୀୟ ହକି ଚମ୍ପିଆନସିପ ଜାରି ରହିଛି । 4ତାରିଖରୁ 14 ତାରିଖ ଉପ କନିଷ୍ଠ ମହିଳା ଜାତୀୟ ହକି ଚମ୍ପିଆନସିପ୍‌ ହେବ । ଏହାପରେ 18ରୁ 28 ତାରିଖ ଯାଏଁ ଉପ କନିଷ୍ଠ ପୁରୁଷ ଜାତୀୟ ହକି ଚମ୍ପିଆନସିପ ହେବ । ଏହି ଚମ୍ପିଅନସିପ୍‌ରେ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିସାରିଛି । ଘରୋଇ ଗ୍ରାଉଣ୍ଡରେ କେରଳକୁ 20-0 ଗୋଲରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି ।

ABOUT THE AUTHOR

...view details