ନୂଆଦିଲ୍ଲୀ: କ୍ରୀଡ଼ାର ସର୍ବୋଚ୍ଚ ସମ୍ମାନ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହେବେ ୧୧ କ୍ରୀଡ଼ାବିତ । ଏଥିରେ ଓଡ଼ିଆ ପାରା କ୍ରୀଡ଼ାବିତ୍ ପ୍ରମୋଦ ଭଗତ ମଧ୍ୟ ସାମିଲ ରହିଛନ୍ତି । ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କୁ ଖେଳରତ୍ନ ସମ୍ମାନରେ ସମ୍ମନୀତ କରାଯିବ । ଅଲମ୍ପିକ୍ସ ପଦକ ବିଜେତା ରବି ଦହିୟା, ହକି ଗୋଲକିପର ଶ୍ରୀଜେଶ, ଅଲମ୍ପିକ୍ସରେ ବକ୍ସିଂରେ ପଦକ ହାସଲ କରିଥିବା ଲଭଲିନା ବୋର୍ଗୋହେନ, ଭାରତୀୟ ଫୁଟବଲ ଦଳ ଅଧିନାୟକ ସୁନିଲ ଛେତ୍ରୀ, ପାରା ଆଥଲେଟ୍ ସୁମିତ ଅନ୍ତିଲ୍, ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅବନୀ ଲେଖାରା, ପାରା ଆଥଲେଟ କ୍ରୀଷ୍ଣା ନାଗର, ସୁଟର ମନୀଷ ନରୱାଲଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ।
ଏହାଛଡ଼ା ୩୫ ଜଣଙ୍କୁ ଅର୍ଜୁନ ଆୱାର୍ଡରେ ମଧ୍ୟ ସମ୍ମାନିତ ହେବେ । ସେମାନଙ୍କ ମଧ୍ୟରେ କ୍ରିକେଟର ଶିଖର ଧାୱନଙ୍କ ସମତେ ସହ ବହୁ ହକି ଖେଳାଳି ମଧ୍ୟ ସାମିଲ ରହିଛନ୍ତି । ଏହାକୁ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି । ଏହି ସମସ୍ତ ଖେଳାଳି ଟୋକିଓ ଅଲମ୍ପିକ୍ସ ଗେମ୍ସ ଓ ଟୋକିଓ ପାରାଲମ୍ପିକ୍ସ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ପଦକ ହାସଲ କରିଛନ୍ତି ।