ଓଡିଶା

odisha

ETV Bharat / sports

ମହିଳା ହକି ନ୍ୟାସନାଲ ଚମ୍ପିଆନସିପ୍‌: ଓଡିଶା-ପଞ୍ଜାବ କ୍ବାର୍ଟର ଲଢେଇ - ଓଡିଶା-ପଞ୍ଜାବ କ୍ବାର୍ଟର ଲଢେଇ

ମହିଳା ହକି ନ୍ୟାସନାଲ ଚମ୍ପିଆନସିପ୍‌ ୨୦୨୧ର କ୍ବାର୍ଟର-ଫାଇନାଲ୍‌ ମୁକାବିଲା ବୁଧବାର ଓଡିଶା ଓ ପଞ୍ଜାବ ମଧ୍ୟରେ ଲଢେଇ । ଅଧିକ ପଢନ୍ତୁ...

Women's hockey nationals: Punjab to meet Odisha in quarters
ମହିଳା ହକି ନ୍ୟାସନାଲ ଚମ୍ପିଆନସିପ୍‌: ଓଡିଶା-ପଞ୍ଜାବ କ୍ବାର୍ଟର ଲଢେଇ

By

Published : Oct 26, 2021, 10:51 PM IST

ଝାନସି:ମହିଳା ହକି ନ୍ୟାସନାଲ ଚମ୍ପିଆନସିପ୍‌ ୨୦୨୧ର କ୍ବାର୍ଟର-ଫାଇନାଲ୍‌ ମୁକାବିଲା ବୁଧବାର ଓଡିଶା ଓ ପଞ୍ଜାବ ମଧ୍ୟରେ ଖେଳାଯିବ । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ପଞ୍ଜାବ ଟିମ ୬-୦ ଗୋଲ୍‌ ବ୍ୟବଧାନରେ ଅରୁଣାଚଳ ପ୍ରଦେଶକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।

ଟିମ ପକ୍ଷରୁ ସରବଦୀପ କୌର ଓ କିରଣଦୀପ କୌର ଗୋଲ୍‌ ସ୍କୋର କରିଥିଲେ ।

ପ୍ରତିଯୋଗିତାର ସମସ୍ତ ୪ଟି କ୍ବାର୍ଟର ଫାଇନାଲ ମୁକାବିଲା ବୁଧବାର ଖେଳାଯିବ । ପଞ୍ଜାବ ଓ ଓଡିଶା ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ, ମଧ୍ୟପ୍ରଦେଶକୁ ଭେଟିବ ହକି ଝାଡଖଣ୍ଡ ।

ସେହିପରି ହକି ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ତୃତୀୟ କ୍ବାର୍ଟର-ଫାଇନାଲ ମୁକାବିଲା ଓ ଶେଷ କ୍ବାର୍ଟର ଟକ୍କର ହରି ହରିୟାଣା ଓ ଉତ୍ତର ପ୍ରଦେଶ ହକି ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details