ଓଡିଶା

odisha

ETV Bharat / sports

Women's Asian Champions Trophy: ୧୮ଜଣିଆ ଭାରତୀୟ ସ୍କ୍ବାଡ୍‌ରେ ୪ ଓଡିଆ - deep grace ekka

ହକି ଇଣ୍ଡିଆ ପକ୍ଷରୁ ଘୋଷିତ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ସ୍କ୍ବାଡରେ ଦୀପଗ୍ରେସ ଏକ୍କାଙ୍କ ସମେତ ୪ ଓଡିଆ ଖେଳାଳି । ଅଧିକ ପଢନ୍ତୁ

Women's Asian Champions Trophy 2021: 4 Odisha Players Secure Berth In 18-Member Indian Squad
Women's Asian Champions Trophy: ୧୮ଜଣିଆ ଭାରତୀୟ ସ୍କ୍ବାଡ୍‌ରେ ୪ ଓଡିଆ

By

Published : Nov 19, 2021, 3:55 PM IST

ଭୁବନେଶ୍ବର:ଆଗାମୀ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି (Women's Asian Champions Trophy) ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ସ୍କ୍ବାଡ ଘୋଷଣା କରିଛି ହକି ଇଣ୍ଡିଆ । ଘୋଷିତ ସ୍କ୍ବାଡରେ ୪ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ହେବାନେଇ ସୂଚୀ ରହିଛି ।

ସ୍କ୍ବାଡରେ ସ୍ଥାନ ପାଇଥିବା ଓଡିଆ ଖେଳାଳିମାନେ ହେଉଛନ୍ତି, ଦୀପ ଗ୍ରେସ ଏକ୍କା (Deep Grace Ekka), ନମିତା ଟପ୍ପୋ (Namita Toppo), ଲିଲିମା ମିଞ୍ଜ (Lilima Minz) ଓ ମାରିଆନା କୁଜୁର (Mariana Kujur ) । ବର୍ଷର ଶ୍ରେଷ୍ଠ FIH ଗୋଲକିପର ଭାବେ ନିକଟରେ ସମ୍ମାନିତ ସବିତାଙ୍କୁ ଟିମର ନେତୃତ୍ବ ଭାର ମିଳିଛି । ଏଥିସହ ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ନାମେଣ୍ଟରେ ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କୁ ଉପ-ଅଧିନାୟିକା ଚୟନ କରାଯାଇଛି ।

ଟିମରେ ରହିଛନ୍ତି ଗୋଲ୍‌କିପର ରଜନୀ ଏଟିମାର୍ପୁ ଓ ଡିଫେଣ୍ଡର ଉଦିତା, ନିକି ପ୍ରଧାନ ଓ ଗୁରଜିତ କୌର । ଏହି ସମସ୍ତ ଖେଳାଳି ଟୋକିଓ ଅଲମ୍ପିକ୍‌ ସ୍କ୍ବାଡର ଅଂଶ ରହିଥିଲେ । ମିଡଫିଲ୍ଡର ଭାବେ ସୁଶୀଳା ଚାନୁ, ପୁଖ୍ରାମ୍ବାମ ନିଶା, ମୋନିକା, ନେହା ଓ ଜ୍ୟୋତି ରହିଛନ୍ତି । ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ ସହ ଚତୁର୍ଥ ସ୍ଥାନରେ ରହିଥିବା ଭାରତୀୟ ଟିମରେ ଖେଳିଥିଲେ ଏହି ଖେଳାଳି । ଟୋକିଓ ଅଲମ୍ପିକ୍‌ରେ ବିକଳ୍ପ ଖେଳାଳି ଭାବେ ସ୍କ୍ବାଡରେ ଥିବା ନମିତା ଓ ଅନ୍ୟତମ ଷ୍ଟାର ଓଡିଆ ଖେଳାଳି ଲିଲିମା ମିଞ୍ଜଙ୍କୁ ସ୍କ୍ବାଡରେ ସ୍ଥାନ ମିଳିଛି ।

ଫରୱାର୍ଡର ନେତୃତ୍ବ ନେବେ ଦୁଇଥରର ଅଲମ୍ପିଆନ ବନ୍ଦନା କାଟାରିୟା, ଟୋକିଓ ଅଲମ୍ପିକ ସ୍କ୍ବାଡ୍‌ରେ ଥିବା ନବନୀତ କୌର । ଅନ୍ୟ ଫରୱାର୍ଡ ଖେଳାଳି ଭାବେ ସ୍କ୍ବାଡ୍‌ରେ ଚୟନ ହୋଇଥିବା ଖେଳାଳି ହେଉଛନ୍ତି ରାଜୱିନ୍ଦର କୌର, ମାରିଆନା କୌର ଓ ସୋନିକା ।

ନବୋଜ କୌର ଓ ଯୁବ ଖେଳାଳି ସୁମନ ଦେବୀ ଥୌଣ୍ଡମଙ୍କୁ ବିକଳ୍ପ ଖେଳାଳି ଭାବେ ଚୟନ କରାଯାଇଛି । ଘୋଷିତ ୧୮ଜଣିଆ ସ୍କ୍ବାଡ୍‌ରେ ଥିବା କୌଣସି ଖେଳାଳି ଆହତ କାରଣରୁ କିମ୍ବା COVID-19 କାରଣରୁ ବାଦ୍‌ ପଡିଲେ ଏହି ଖେଳାଳି ତାଙ୍କର ସ୍ଥାନ ନେବେ ।

ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି (Women's Asian Champions Trophy)ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ସ୍କ୍ବାଡ:

ଗୋଲକିପର: ସବିତା(କ୍ୟାପଟେନ), ରଜନୀ ଇଟିମାର୍ପୁ

ଡିଫେଣ୍ଡର: ଦୀପ ଗ୍ରେସ ଏକ୍କା(ଭାଇସ-କ୍ୟାପଟେନ), ଉଦିତା, ନିକି ପ୍ରଧାନ, ଗୁରଜିତ କୌର

ମିଡଫିଲ୍ଡର: ନିଶା, ସୁଶୀଳା ଚାନୁ, ପୁଖ୍ରାମ୍ବମ, ମନିତା ଟପ୍ପୋ, ମୋନିକା, ନେହା, ଜ୍ୟୋତି, ଲିଲିମା ମିଞ୍ଜ

ଫରୱାର୍ଡ: ନବନୀତ କୌର, ବନ୍ଦନା କାଟାରିୟା, ରାଜୱିନ୍ଦର କୌର, ମାରିଆନା କୁଜୁର, ସୋନିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details