ଅକଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ମହିଳା ହକି ଟିମ୍ । ଆଜି ଉଭୟ ଦଳ ମଧ୍ୟରେ 3ୟ ମ୍ୟାଚ ଖେଳାଯିବ । ତେବେ ଗତ ମ୍ୟାଚରେ 1-2ଗୋଲ୍ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟ ନେଇ ରାନୀଙ୍କ ଟିମ୍ ମୈଦାନକୁ ଓହ୍ଲାଇବ ।
ପରାଜୟ ପ୍ରତିଶୋଧ ନେବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ ଟିମ୍ ଇଣ୍ଡିଆ - ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ମହିଳା ହକି ଟିମ୍
ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ବୁଧବାର ଦିନ ଗ୍ରାଉଣ୍ଡକୁ ଓହ୍ଲାଇବ ଭାରତୀୟ ମହିଳା ହକି ଦଳ । ଗତ ମ୍ୟାଚରେ 1-2ଗୋଲ୍ରେ ଭାରତକୁ ମାତ୍ ଦେଇଥିଲା ନ୍ୟୁଜିଲାଣ୍ଡ ଟିମ ।
New Zealand vs india
ସୂଚନାଥାଉକି, ଭାରତ ଏହି ଗସ୍ତର ପ୍ରଥମ ମ୍ୟାଚରେ 4-0ରେ କ୍ବିଓ୍ବି ମହିଳା ଟିମକୁ ପରାସ୍ତ କରିଥିଲା । କିନ୍ତୁ 2ୟ ମ୍ୟାଚର ଶେଷ କ୍ବାଟରରେ କିଓ୍ବି ଟିମ୍ ଗୋଲ୍ କରି 2-1ଗୋଲ୍ରେ ଭାରତକୁ ପରାସ୍ତ କରିଥିଲା ।
ଭାରତୀୟ ଟିମ: ରାନୀ ରାମପାଳ(ଅଧିନାୟିକା), ସବିତା, ରଜନୀ, ଦୀପ ଗ୍ରେସ ଏକ୍କା,ଗୁରଜୀତ କୌର,ସଲିମା ଟେଟେ, ସୁଶୀଲା ଚାନୁ, ନିଶା, ନମିତା ଟପ୍ପୋ, ଉଦିତା,ମୋନିକା, ଲିଲିମା ମିଞ୍ଜ, ନେହା, ସୋନିକା,ଶର୍ମିଳା ଦେବୀ, ନବନୀତ କୌର,ଲାଲରେମ୍ସିୟାମୀ, ବନ୍ଦନା, ନବଜ୍ୟୋତ କୌର