ବେଙ୍ଗାଲୁରୁ: 2021ରେ ଜାପାନ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସରେ ମେଡାଲ ଜିତିବା ମୋର ମୂଳ ଲକ୍ଷ୍ୟ। ଏକ ସାକ୍ଷାତକାରରେ ଏହା କହିଛନ୍ତି ଜାତୀୟ ହକି ଦଳର ଯୁବ ମିଡଫିଲଡର ବିବେକ ସାଗର ପ୍ରସାଦ। ମାତ୍ର 17 ବର୍ଷ ବୟସରେ ସେ ଭାରତୀୟ ହକି ଦଳରେ ସ୍ଥାନ ପାଇଥିଲେ ମିଡଫିଲଡର ବିବେକ ସାଗର ପ୍ରସାଦ। ଏତେ କମ କମ ବୟସର ଜାତୀୟ ହକି ଦଳରେ ସ୍ଥାନ ପାଇବାରେ ସେ ହେଉଛନ୍ତି ଦ୍ବିତୀୟ ହକି ଖେଳାଳି।
2018 ମସିହାରେ ଜାତୀୟ ହକି ଦଳରେ ଡେବ୍ୟୁ କରିଥିଲେ ବିବେକ ପ୍ରସାଦ। ସେହି ମସିହାରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ 42ତମ ମିନିଟରେ ଗୋଲ କରି ସେ ଚର୍ଚ୍ଚାକୁ ଆସିଥିଲେ। ଏହାସହ 2019 ମସିହାରେ ଭୁବନେଶ୍ବରରେ ଖେଳା ଯାଇଥିବା ଏଫଆଇଏଚ(FIH) ହକି ଟୁର୍ଣ୍ଣାମେଣ୍ଟରେ ସେ ସର୍ବ କନିଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ଭାରତ ପାଇଁ ଓଲିମ୍ପିକ୍ସ ମେଡାଲ ଜିତିବା ମୋର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଆମ ଦଳର ମନୋବଳ ଦୃଢ଼ ଅଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ରହିଛି। ଏହି ଟିମ ସହ ଆମେ ଭାରତ ପାଇଁ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସରେ ମେଡାଲ ଜିତିବାକୁ ଚେଷ୍ଟା କରିବୁ। ଏଥିପାଇଁ ବିଶ୍ବର ସର୍ବୋତ୍ତମ ଦଳ ସହ ପ୍ରତିଦ୍ବନ୍ଦିତା କିରିବାକୁ ପଛାଇବୁ ନାହିଁ।"
ଗତ ମ୍ୟାଚ ମାନଙ୍କରେ ଭାରତୀୟ ହକି ଦଳ ନିଜ ପୂର୍ଣ୍ଣ ସାର୍ମଥ୍ୟ ଅନୁଯାୟୀ ଖେଳିଥିଲା । ଏଥିପାଇଁ ଆମେ ବହୁ ମ୍ୟାଚ ଜିତି ମଧ୍ୟ ପାରିଥିଲୁ। ଏଭଳି ପ୍ରଦର୍ଶନ ଜାରି ରହିଲେ ନିଶ୍ଚିତ ଭାବରେ ଆମେ ମେଡାଲ ଜିତି ପାରିବୁ। ଏଥିରେ କୌଣସି ସନ୍ଦେହର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଯୁବ ମିଡଫିଲଡର ବିବେକ ସାଗର ପ୍ରସାଦ।