ଭୁବନେଶ୍ବର: ନଭେମ୍ବର ୨୪ରୁ ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ପୁରୁଷ କନିଷ୍ଠ ହକି ବିଶ୍ବକପ ୨୦୨୧ (Hockey Men’s Junior World Cup 2021) । ଏହି ମେଗା ଟୁର୍ନାମେଣ୍ଟ ମେଣ୍ଟରେ ରହିଛନ୍ତି ମୋଟ ୧୬ଟି ଟିମ । ସମ୍ମାନଜନକ ଟ୍ରଫି ପାଇଁ ଲଢେଇ କରିବେ ବିଶ୍ବର ଶ୍ରେଷ୍ଠ ପ୍ରତିଭାବାନ ହକି ଖେଳାଳି । ଏଥିପାଇଁ ସମସ୍ତ ଟିମ ଓଡିଶାରେ ପହଞ୍ଚି ସାରିଛନ୍ତି ।
ଏହି ଟୁର୍ନାମେଣ୍ଟର ଗତ ସଂସ୍କରଣରେ ଚମ୍ପିଆନ ହୋଇଥିଲା ଭାରତ । ଫଳରେ ଡିଫେଣ୍ଡିଂ ଚମ୍ପିଆନ ଭାବେ ଟୁର୍ନାମେଣ୍ଟରେ ଖେଳିବ ଭାରତ । ଭାରତୀୟ ଟିମ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହିତ ପୁଲ୍ 'ବି' ରେ ରହିଛି ।
ଭାରତୀୟ ଟିମର ନେତୃତ୍ବ ନେବେ ବିବେକ ସାଗର ପ୍ରସାଦ ( India's junior hockey team captain Vivek Sagar) । ନିକଟରେ ଅର୍ଜୁନ ଆୱାର୍ଡରେ ଭାରତ ସରକାର ବିବେକଙ୍କୁ ସମ୍ମାନିତ କରିଛନ୍ତି । ତେବେ ଜାଣନ୍ତୁ କିଏ ଏହି ବିବେକ ସାଗର ପ୍ରସାଦ ଯିଏ ହକି ବିଶ୍ବକପ ୨୦୨୧ରେ ଭାରତର ନେତୃତ୍ବ ନେବେ ।
ମିଡଫିଲ୍ଡର ବିବେକ ସାଗର ପ୍ରସାଦ ଭାରତୀୟ ପୁରୁଷ ହକି ଟିମର ଜଣେ ପ୍ରମୁଖ ସଦସ୍ୟ । ଟୋକିଓ ୨୦୨୦ ଅଲମ୍ପିକ୍ରେ ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ ପ୍ରସାଦ । ଏଥିସହ ମାଲେସିଆରେ ଖେଳାଯାଇଥିବା ୨୧ ବର୍ଷରୁ କମ ସୁଲତାନ ଜୋହର କପ୍ର ସପ୍ତମ ସଂସ୍କରଣରେ ତୃତୀୟ ସ୍ଥାନରେ ରହିଥିବା ଭାରତୀୟ ଟିମର ନେତୃତ୍ବ ନେଇଥିଲେ ବିବେକ ।
ତେବେ 2021 Men's Junior Hockey World Cupରେ ବିବେକଙ୍କ ପରବର୍ତ୍ତୀ ନେତୃତ୍ବର ଅଗ୍ନୀପରୀକ୍ଷା ହେବ ।
ନଜର ପକାନ୍ତୁ ବିବେକଙ୍କ ହକି ଯାତ୍ରା ଉପରେ...
ପ୍ରଥମେ ନଜର କରିଥିଲେ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ପୁତ୍ର
ମଧ୍ୟପ୍ରଦେଶର ହୋସହାଙ୍ଗବାଦ ଜିଲ୍ଲାର ଚନ୍ଦନ ଗ୍ରାମରେ ପ୍ରସାଦଙ୍କ ଘର । ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ପୁତ୍ର ଅଲମ୍ପିଆନ ଅଶୋକ କୁମାର ପ୍ରଥମେ ବର୍ଷ ୨୦୧୪ରେ ପ୍ରସାଦଙ୍କୁ ମହାରାଷ୍ଟ୍ରର ଆକୋଲାରେ ଏକ ଘରୋଇ ଟୁର୍ନାମେଣ୍ଟରେ ନଜର କରିଥିଲେ ।
ସେତେବେଳେ ପ୍ରସାଦଙ୍କ ବୟସ ଥିଲା ମାତ୍ର ୧୩, ତେବେ ସେ ତାଙ୍କ ଠାରୁ ଦୁଇଗୁଣା ବୟସ ଅଧିକ ଖେଳାଳିଙ୍କ ସହ ଖେଳୁଥିଲେ । ବଲ୍ ଉପରେ ତାଙ୍କର ଚମତ୍କାର ନିୟନ୍ତ୍ରଣ କୁମାରଙ୍କୁ ପ୍ରଭାବିତ କରିଥିଲା । ଏହାପରେ ତାଙ୍କୁ ସେ ଭୋପାଳ ଯିବାକୁ ପ୍ରସ୍ତାବ ଦେଇଥିଲେ ଯେଉଁଠାରେ ସେ ମଧ୍ୟପ୍ରଦେଶ ହକି ଏକାଡେମୀରେ ୩ ବର୍ଷ ପ୍ରଶିକ୍ଷଣ ଦେଇଥିଲେ ।
ଏକାଡେମୀରେ ପ୍ରଶିକ୍ଷଣ ସମୟରେ ପ୍ରସାଦଙ୍କ ପ୍ରଦର୍ଶନରେ ଆହୁରି ଅଧିକ ସୁଧାର ଆସିଥିଲା । ମାତ୍ର ୧୫ ବର୍ଷ ବୟସର ଥିବାବେଳେ ସେ ଜାତୀୟ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ୨୦୧୬ ଜୁନିଅର ବିଶ୍ବକପ କୋଚ୍ ଗ୍ରୁପ୍ରେ ତାଙ୍କୁ ସାମିଲ କରାଯାଇଥିଲା ମାତ୍ର ଏପରି କିଛି ସେଠାରେ ଘଟିଥିଲା ଯାହା ତାଙ୍କୁ ଟିମରେ ଖେଳିବାରୁ ବଞ୍ଚିତ କରିଥିଲା ।
କ୍ୟାରିୟର ଶେଷ ପରି ଦୁଃଖଦ ଘଟଣାକୁ କରିଥିଲେ ଅତିକ୍ରମ