ବେଙ୍ଗାଲୁରୁ: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ହାସଲ କରିବା ଆଶା ରଖିଛି । 4 ଦଶନ୍ଧି ଧରି ପଦକ ଅପେକ୍ଷାରେ ଥିବା ଭାରତକୁ ଟୋକିଓ ଅଲମ୍ପିକ୍ସରେ ପଦକ ହାସଲ କରିବାକୁ ଭାରତୀୟ ହକି ଦଳ ଆପ୍ରାଣ ଚେଷ୍ଟା କରିବ । ଟୋକିଓ ଅଲମ୍ପିକ୍ସକୁ ନେଇ ଏଭଲି ଆଶାବାଦୀ ହୋଇ ରହିଛନ୍ତି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ।
ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଏକ ସାକ୍ଷାତାକାରରେ କହିଛନ୍ତି ଯେ, "ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ପାଇଁ ପଦକ ହାସଲ କରିବା ସୁଯୋଗ ରହିଛି । ଦଳୀୟ ଖେଳାଳି ସକରାତ୍ମକ ଚିନ୍ତାଧାରା ନେଇ ଅଭ୍ୟାସ ଜାରି ରଖିଛନ୍ତି । ଅଲମ୍ପିକ୍ସରେ କିଭଳି ଭଲ ପ୍ରଦର୍ଶନ କରି ପାରିବ ତାହାରି ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଟୋକିଓରେ ଗରମ ସହ ଖାପ ଖୁଆଇବା ପାଇଁ ବର୍ତ୍ତମାନ ଦଳ ଖରାରେ ଅଧିକ ଅଭ୍ୟାସ କରୁଛି । "