ଓଡିଶା

odisha

ETV Bharat / sports

Junior National Championship: ବ୍ରୋଞ୍ଜ ଜିତିଲା ହକି ଟିମ ଓଡିଶା - ହକି ନ୍ୟାସନାଲ ଚାମ୍ପିଅନସିପ୍‌ ୨୦୨୧ ନ୍ୟୁଜ

ଏକାଦଶ ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚାମ୍ପିଅନସିପ୍‌ ୨୦୨୧ରେ ଅପରାଜେୟ ରେକର୍ଡ ବଜାୟ ରଖିଲା ଉତ୍ତର ପ୍ରଦେଶ ହକି । ଫାଇନାଲରେ ହକି ଚଣ୍ଡିଗଡକୁ ୩-୧ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଉତ୍ତର ପ୍ରଦେଶ । ଅଧିକ ପଢନ୍ତୁ

Uttar Pradesh Hockey win Junior National Championship 2021
Junior National Championship: ବ୍ରୋଞ୍ଜ ଜିତିଲା ହକି ଟିମ ଓଡିଶା

By

Published : Dec 26, 2021, 7:52 PM IST

କୋଭିଲପଟ୍ଟି(ତାମିଲନାଡୁ):ଏକାଦଶତମ ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚାମ୍ପିଅନସିପ୍‌ ୨୦୨୧ରେ ଅପରାଜେୟ ରେକର୍ଡ ବଜାୟ ରଖିଲା ଉତ୍ତର ପ୍ରଦେଶ ହକି । ଫାଇନାଲରେ ହକି ଚଣ୍ଡିଗଡକୁ ୩-୧ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଉତ୍ତର ପ୍ରଦେଶ ।

ଟୁର୍ନାମେଣ୍ଟର ସର୍ବାଧିକ ଗୋଲ୍‌ ସ୍କୋରର ସର୍ଦାନନ୍ଦ ତିୱାରୀ ଉତ୍ତର ପ୍ରଦେଶ ପାଇଁ ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ପେନାଲିଟି କର୍ଣ୍ଣର ଜରିଆରେ ଗୋଲ୍‌ କରିଥିଲେ । ପରେ ଅରୁଣ ସାହାଣୀ(୧୬', ୩୪') ଦୁଇଟି ଗୋଲ୍‌ କରିଥିଲେ । ୫୧ତମ ମିନିଟ୍‌ରେ ମ୍ୟାଚ୍‌ର ଶେଷ ଭାଗରେ ହକି ଚଣ୍ଡିଗଡ ପାଇଁ ଏକମାତ୍ର ଗୋଲ୍‌ କରିଥିଲେ ରମଣ । ମାତ୍ର ଏହା ଉତ୍ତର ପ୍ରଦେଶକୁ ଟୁର୍ନାମେଣ୍ଟର ଚାମ୍ପିଅନ ହେବାକୁ ରୋକିପାରିନଥିଲା ।

ଏହାମଧ୍ୟ ପଢନ୍ତୁ: Vijay Hazare Trophy: ଇହିହାସ ରଚିଲା ହିମାଚଳ ପ୍ରଦେଶ

ଅନ୍ୟପଟେ ହକି ଆସୋସିଏସନ ଅଫ୍‌ ଓଡିଶା ୩-୨ ଗୋଲ୍‌ରେ ହକି ହରିୟାଣାକୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଛି । ଓଡିଶା ପକ୍ଷରୁ ଦୀପକ ମିଞ୍ଜ୍‌, ସୁଶାନ୍ତ ଟପ୍ପୋ ଓ ସୁଦୀପ ଚିରମାକୋ ଗୋଲ୍‌ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details