ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ । କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ କ୍ୟାଲିଫାୟରକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ । ଲୋକସେବା ଭବନରେ ହେଲା ସାକ୍ଷାତ । ଅଲ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଆସନ୍ତାବର୍ଷରୁ ଆୟୋଜନ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ରୀୟ କ୍ରୀଡା ବିଭାଗ । ଏହାର
ପ୍ରଥମ ସଂସ୍କରଣ ଓଡ଼ିଶାରେ ଆୟୋଜନ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡା ମନ୍ତ୍ରୀ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ।
ନବୀନଙ୍କୁ ଭେଟିଲେ, ପ୍ରଶଂସାରେ ପୋତିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ - kiren rijiju meets Naveen Patnaik
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ।
କେନ୍ଦ୍ର କ୍ରିଡାମନ୍ତ୍ରୀ କିରେନ ରିଜିଜୁ
ଆଲୋଚନା ସକରାତ୍ମକ ହୋଇଥିବା କହିଲେ କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଓଡ଼ିଶା କ୍ରୀଡାର ଏକ ହବ ବୋଲି ମଧ୍ୟ କହିଛନ୍ତି । ଓଡିଶା ସରକାର କ୍ରୀଡାର ବିକାଶ କ୍ଷେତ୍ରରେ ଭଲ କାମ କରୁଛନ୍ତି । ଦର୍ଶକଙ୍କର ମଧ୍ୟ ଏଠାରେ ଭରପୁର ସହଯୋଗ ରହିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ