ଓଡିଶା

odisha

ETV Bharat / sports

Tokyo Olympics: ଆଜି ବ୍ରୋଞ୍ଜ ପାଇଁ ଭାରତ-ବ୍ରିଟେନ ଲଢେଇ - ଟୋକିଓ

ଆଜି(ଶୁକ୍ରବାର) ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ ସହିତ ଲଢେଇ କରିବ ମହିଳା ହକି ଟିମ । ସେମିଫାଇନାଲରେ ଆର୍ଜେଣ୍ଟିନାଠୁ ହାରିବା ପରେ ବ୍ରୋଞ୍ଜ ପାଇଁ ବ୍ରିଟେନ ସହିତ ଟକ୍କର ଦେବ ଭାରତ । ଅଧିକ ପଢନ୍ତୁ...

ଆଜି ବ୍ରୋଞ୍ଜ ପାଇଁ ଭାରତ-ବ୍ରିଟେନ ମୁକାବିଲା
ଆଜି ବ୍ରୋଞ୍ଜ ପାଇଁ ଭାରତ-ବ୍ରିଟେନ ମୁକାବିଲା

By

Published : Aug 6, 2021, 6:58 AM IST

ଟୋକିଓ: ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିବା ପରେ ଏବେ କୋଟି କୋଟି ଭାରତୀୟଙ୍କ ନଜର ମହିଳା ହକି ଟିମ ଉପରେ । ଆଜି(ଶୁକ୍ରବାର) ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ ସହିତ ଲଢେଇ କରିବ ମହିଳା ହକି ଟିମ । ସେମିଫାଇନାଲରେ ଆର୍ଜେଣ୍ଟିନାଠୁ ହାରିବା ପରେ ବ୍ରୋଞ୍ଜ ପାଇଁ ବ୍ରିଟେନ ସହିତ ଟକ୍କର ଦେବ ଭାରତ ।

ଟୋକିଓରେ ଭାରତୀୟ ମହିଳା ଦଳ ଇତିହାସରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ବ୍ରିଟେନକୁ ହରାଇ ପାରିଲେ ଭାରତର ଖୁସି ଆହୁରି ବଢିଯିବ । ଏହା ସହିତ ଏକ ନୂଆ ଇତିହାସ ଲେଖାଯିବ । ଏନେଇ ଟିମକୁ ଆଜି ଉଚ୍ଚକୋଟୀର ପ୍ରଦର୍ଶନ କରିବାକୁ ପଡିବ ।

ପୁଲ ପର୍ଯ୍ୟାୟରେ ଭାରତ ୧-୪ରେ ବ୍ରିଟେନଠାରୁ ପରାସ୍ତ ହୋଇଥିଲା । ରିଓ ଅଲିମ୍ପିକ୍ସ ୨୦୧୬ରେ ବ୍ରିଟେନ ସ୍ବର୍ଣ୍ଣ ପଦକ ଜିତିଥିଲା । ସ୍ବର୍ଣ୍ଣ ନ ଜିତିଲେ ନାହିଁ ଅତିକମରେ ବ୍ରୋଞ୍ଜ ପଦକ ପାଇଁ ନିହାତି କଡ୍ଡା ଟକ୍କର ଦେବ । ପୁଲ ପର୍ଯ୍ୟାୟରେ ଭାରତ ଏକାଧିକ ସୁଯୋଗ ହାତଛଡା କରିଥିଲା । ଏଥିରେ ଯେପରି ସୁଯୋଗ ହାତଛଡା ନ ହୁଏ ଭାରତକୁ ଧ୍ୟାନ ହେବାକୁ ପଡିବ ।

ଗତକାଲି ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ଜିତି ଇତିହାସ ରଚିଛି । ଆଉ ସେହି ଖୁସିକୁ ଆହୁରି ଦ୍ବିଗୁଣିତ କରିବାର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ରାନୀ ରାମପାଲଙ୍କ ବାହିନୀ । ଭାରତୀୟ ମହିଳା ଦଳ ପାଖରେ ଦେଶ ପାଇଁ ଗୌରବ ହାସଲ କରିବାର ସୁଯୋଗ ରହିଛି । ଆଜି ମହିଳା ହକି ଟିମରେ ଭାଗ୍ୟ ପରୀକ୍ଷା କହିଲେ ଚଳେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details