ହାଇଦ୍ରାବାଦ: କୋଭିଡ ଭୟାଭୟତା ମଧ୍ୟରେ ଜାପାନର ରାଜଧାନୀରେ ଖେଳାଯାଉଥିବା ଟୋକିଓ ଅଲମ୍ପିକ୍ ଶେଷ ପର୍ଯ୍ୟାୟରେ । ରବିବାର ଶେଷ ହୋଇଯିବ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକର ଆଉ ଏକ ସଂସ୍କରଣ । ତେବେ ଅଲମ୍ପିକର ୧୫ ଦିନ ଶେଷ ସୁଦ୍ଧା କେମିତି ରହିଛି ପଦକ ତାଲିକା, କେଉଁ ଦେଶ ପଦକ ତାଲିକାର ଶୀର୍ଷରେ ରହିଛି ? କେଉଁ ଦେଶ ସବୁଠୁ ଅଧିକ ପଦକ ଜିତିଛି ? କାହାକୁ ମିଳିଛି ଅଧିକ ସଂଖ୍ୟକ ସ୍ବର୍ଣ୍ଣ ପଦକ ? ଭାରତ ତାଲିକାର କେଉଁସ୍ଥାନରେ ରହିଛି.. ?
ରବିବାର ଶେଷ ହୋଇଯିବ ଅଲମ୍ପିକ୍, ପଦକ ତାଲିକାର ଭାରତ କେଉଁଠି ? ଜାଣନ୍ତୁ... - Tokyo Olympics 2020
ଚୀନ ୩୬ ସ୍ବର୍ଣ୍ଣ, ୨୬ଟି ରୌପ୍ୟ ଓ ୧୭ଟି କାଂସ୍ୟ ପଦକ ସହ ମୋଟ ୮୦ ପଦକ ଜିତି ପ୍ରଥମ ସ୍ଥାନରେ ରହିଛି । ଭାରତ ୫ଟି ପଦକ ସହ ୬୬ତମ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...
ଟୋକିଓ ଅଲମ୍ପିକ୍ର ୧୫ତମ ଦିନ ଶେଷସୁଦ୍ଧା, ଚୀନ ବର୍ତ୍ତମାନ ୩୬ ସ୍ବର୍ଣ୍ଣ, ୨୬ଟି ରୌପ୍ୟ ଓ ୧୭ଟି କାଂସ୍ୟ ପଦକ ସହ ମୋଟ ୮୦ ପଦକ ଜିତି ପ୍ରଥମ ସ୍ଥାନରେ ରହିଛି । ଅନ୍ୟପଟେ ଭାରତ ୬୬ତମ ସ୍ଥାନରେ ରହିଛି । ଏଯାବତ ମାତ୍ର ୨ଟି ରୌପ୍ୟ, ୩ଟି ବ୍ରୋଞ୍ଜ ପଦକ ଜିତିପାରିଛି । ସଂଯୁକ୍ତ ରାଷ୍ଟ୍ର ଆମେରିକା ଚୀନ ଠାରୁ ଅଧିକ ପଦକ ଜିତିଥିଲେ ମଧ୍ୟ ସ୍ବର୍ଣ୍ଣ ପଦକ ସଂଖ୍ୟାରେ କମ ଥିବାରୁ ଦ୍ବିତୀୟ ସ୍ଥାନରେ ରହିଛି । ଆମେରିକା ୩୧ଟି ସ୍ବର୍ଣ୍ଣ, ୩୬ଟି ରୌପ୍ୟ ଓ ୩୨ଟି କାଂସ୍ୟ ପଦକ ସହିତ ମୋଟ ୯୯ଟି ପଦକ ଜିତିସାରିଛି । ତୃତୀୟ ସ୍ଥାନରେ ଆୟୋଜକ ଜାପାନ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ