ହାଇଦ୍ରାବାଦ: ଭାରତୀୟ ପୁରୁଷ ଓ ମହିଳା ହକି ଟିମ 2020 ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । ବିଶ୍ବ ହକି ମାନ୍ୟତାର 5ମ ସ୍ଥାନରେ ରହିଛି ଟିମ ଇଣ୍ଡିଆ । ତେବେ ଦମଦାର ଫର୍ମରେ ଥିବା ଭାରତୀୟ ଦଳର ଅସଲ ଟେଷ୍ଟ ଟୋକିଓ ଅଲମ୍ପିକ୍ସରେ ହେବ । 2020 ଜୁଲାଇ 25ରୁ ଅଗଷ୍ଟ 7 ପର୍ଯ୍ୟନ୍ତ ଜାପାନର ଓଆଇ ହକି ଷ୍ଟାଡିୟମ ଟୋକିଓରେ, ଏହି ହାଇପ୍ରୋଫାଇଲ ଅଲମ୍ପିକ ଇଭେଣ୍ଟ ଖେଳାଯିବ ।
ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ପୁଲ ‘ଏ’ରେ ସ୍ଥାନ ପାଇଛି । ପୁଲ ‘ଏ’ ଓ ପୁଲ ‘ବି’ ନାମରେ 2ଟି ଗ୍ରୁପରେ 12 ଟି ଟିମ ରହିଛନ୍ତି । ତେବେ ଭାରତୀୟ ଦଳ କଡା ମୁକାବିଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କାରଣ ଘରୋଇ ଜାପାନ ସହ ଭାରତ ପୁଲ ‘ଏ’ ରେ ରହିଛି । ଭାରତ ସହିତ ପୁଲ ‘ଏ’ ରେ 2016 ଅଲମ୍ପିକ ଗୋଲ୍ଡ ବିଜେତା ଆର୍ଜେଣ୍ଟିନା ରହିଛି । ଏଥିସହିତ ଅଷ୍ଟ୍ରେଲିଆ, ସ୍ପେନ, ନ୍ୟୁଜିଲାଣ୍ଡ ମଧ୍ୟ ରହିଛନ୍ତି ।
ପୁରୁଷ ହକି ଟିମ:
ପୁଲ୍ ଏ: ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଭାରତ, ସ୍ପେନ, ନ୍ୟୁଜିଲାଣ୍ଡ ଜାପାନ
ପୁଲ୍ ବି: ବେଲଜିୟମ, ନେଦରଲାଣ୍ଡ, ଜର୍ମାନି, ଗ୍ରେଟ ବ୍ରିଟେନ, କାନାଡା, ଦକ୍ଷିଣ ଆଫ୍ରିକା