ନୂଆଦିଲ୍ଲୀ: 2020 ହକି ଅଲମ୍ପିକ ପାଇଁ ମ୍ୟାଚ ସୂଚୀ ପ୍ରକାଶ ପ୍ରକାଶ ପାଇଛି। ଭାରତୀୟ ପୁରୁଷ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ସେହିପରି ମହିଳା ଟିମ ନେଦରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ।
ଟୋକିଓ ଅଲମ୍ପିକ 2020: ଶକ୍ତିଶାଳୀ ଟିମ ସହ ପୁଲ-ଏରେ ଭାରତ
2020 ହକି ଅଲମ୍ପିକ ପାଇଁ ମ୍ୟାଚସୂଚୀ ପ୍ରକାଶ ପ୍ରକାଶ ପାଇଛି । ଭାରତୀୟ ପୁରୁଷ ଟିମ ପୁଲ-ଏ ରେ ଡିଫେଣ୍ଡିଂ ଚମ୍ପିଆନ ଆର୍ଜେଣ୍ଟିନା, ବିଶ୍ବ ମାନ୍ୟତାର ନଂ1 ଟିମ ଅଷ୍ଟ୍ରେଲିଆ, ସ୍ପେନ, ନ୍ୟୁଜିଲାଣ୍ଡ ଓ ଜାପାନ ସହ ସ୍ଥାନ ପାଇଛି। ଅଧିକ ପଢନ୍ତୁ...
ଭାରତୀୟ ପୁରୁଷ ଟିମ ପୁଲ-ଏ ରେ ଡିଫେଣ୍ଡିଂ ଚମ୍ପିଆନ ଆର୍ଜେଣ୍ଟିନା, ବିଶ୍ବ ମାନ୍ୟତାର ନଂ1 ଟିମ ଅଷ୍ଟ୍ରେଲିଆ, ସ୍ପେନ, ନ୍ୟୁଜିଲାଣ୍ଡ ଓ ଜାପାନ ସହ ସ୍ଥାନ ପାଇଛି। ଜୁଲାଇ 26ରେ ପୁରୁଷ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ 2ୟ ମ୍ୟାଚ ଓ ଜୁଲାଇ 28ରେ ସ୍ପେନ ବିପକ୍ଷରେ 3ୟ ମ୍ୟାଚ ଖେଳିବ। ଆର୍ଜେଣ୍ଟିନା ସହ ଜୁଲାଇ 30 ଓ ଆୟୋଜନ ଜାପାନ ସହ ଜୁଲାଇ 30ରେ ମ୍ୟାଚ ରହିଛି। ପୁରୁଷ ଟିମର କ୍ବାର୍ଟର ଫାଇନାଲ ଅଗଷ୍ଟରେ 2ରେ ଓ ସେମିଫାଇନାଲ ଅଗଷ୍ଟ 24ରେ ଖେଳାଯିବ। ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ମ୍ୟାଚ ଅଗଷ୍ଟ 6ରେ ଖେଳାଯିବ।
ମହିଳା ଟିମ ପୁଲ-ଏରେ ନେଦରଲାଣ୍ଡ, ଜର୍ମାନୀ, ଗ୍ରେଟ ବ୍ରିଟେନ, ଆୟରଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି। 2ୟ ମ୍ୟାଚ ଜର୍ମାନୀ ସହ ଜୁଲାଇ 27 ଓ ପରେ ଜୁଲାଇ 29ରେ ଡିଫେଣ୍ଡିଂ ଚମ୍ପିଆନ ଗ୍ରେଟ ବ୍ରିଟେନକୁ ଭେଟିବ। ମହିଳା ଟିମର କ୍ବାର୍ଟର ଫାଇନାଲ ମୁକାବିଲା ଅଗଷ୍ଟ 3 ଓ ସେମିଫାଇନାଲ ଅଗଷ୍ଟ 5ରେ ଖେଳାଯିବ। ଅଗଷ୍ଟ 7ରେ ସ୍ବର୍ଣ୍ଣ ପଦକ ଓ ବ୍ରୋଞ୍ଜ ପଦକ ମ୍ୟାଚ ଖେଳାଯିବ।