ଭୁବନେଶ୍ବର: FIH ପୁରୁଷ ଜୁନିଅର ହକି ବିଶ୍ବକପ ୨୦୨୧ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ପାକିସ୍ତାନ ଟିମ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ଟିମ ହୋଟେଲକୁ ଗଲେ ସମସ୍ତ ଖେଳାଳି । ହକି ଇଣ୍ଡିଆ ଟ୍ବିଟ ଯୋଗେ ମେନ୍ ଇନ୍ ଗ୍ରୀନ୍କୁ ଶୁଭେଚ୍ଛା ଜଣାଇଛି ।
ନଭେମ୍ବର ୨୪ରୁ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହାଇଭୋଲଟେଜ ଜୁନିଅର ପୁରୁଷ ହକି ବିଶ୍ବକପ(Men's Junior World cup) ।
ଭାରତ ସରକାର କର୍ତ୍ତାରପୁର ସାହିବ କରିଡର ପୁନଃ ଖୋଲିବାକୁ ନିଷ୍ପତ୍ତି ନେବାର ଦିନକ ପରେ ପାକିସ୍ତାନୀ ହକି ଟିମ ଭାରତ ଗସ୍ତରେ ଆସିଛି । ପାକିସ୍ତାନ ଉଚ୍ଚ କମିଶନ ଅଧିକାରୀ ଅଫତାବ ହାସନ ଖାନ କହିଛନ୍ତି, ପାକିସ୍ତାନର ଜାତୀୟ ଖେଳ ହକି । ସେଥିପାଇଁ ଆଗାମୀ ଜୁନିଅର ହକି ବିଶ୍ବକପରେ ପାକିସ୍ତାନ ଟିମ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସ୍କ୍ବାଡ୍ ଭଲ ପ୍ରସ୍ତୁତି କରିଥିବା ସେ କହିଛନ୍ତି ।