ଓଡିଶା

odisha

ETV Bharat / sports

'ହାଇଲାଇଟ୍ସ ଦେଖିବୁ, ଆସନ୍ତାକାଲି ଫୁଲଦମ୍‌ରେ ଆସିବୁ'

ଆସନ୍ତାକାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଥିବା ଫାଇନାଲ ମ୍ୟାଚର ଯୋଜନାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଦଳର ସିନିୟର ପ୍ଲେୟାର ଏସ୍‌ ଭି ସୁନୀଲ। ଆଜି ଭାରତ 6-3 ଗୋଲ୍‌ରେ ଘରୋଇ ଦଳ ଜାପାନକୁ ପରାସ୍ତ କରିଛି ।

By

Published : Aug 20, 2019, 2:54 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia

ଟୋକିଓ: ଅଲମ୍ପିକ ଟେଷ୍ଟ ଇଭେଣ୍ଟର 3ୟ ମ୍ୟାଚରେ ଭାରତ ଆଜି ବିରାଟ ବିଜୟ ହାସଲ କରିଛି । ଭାରତ 6-3 ଗୋଲ୍‌ରେ ଘରୋଇ ଦଳ ଜାପାନକୁ ମାତ୍‌ ଦେଇଛି । ଆଜିର ବିଜୟ ପରେ ଭାରତ ଫାଇନାଲ ମ୍ୟାଚରେ ନିଜର ସ୍ଥାନ ପକ୍କା କରିଛି । ତେବେ ଆସନ୍ତାକାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଥିବା ଫାଇନାଲ ମ୍ୟାଚର ଯୋଜନାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଦଳର ସିନିୟର ପ୍ଲେୟାର ଏସ୍‌ ଭି ସୁନୀଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia

ସୁନୀଲ ଆଜିର ବିରାଟ ବିଜୟ ପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗତ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଟିକେ ଦୁଃଖିତ ଥିଲୁ । କିନ୍ତୁ ଯୋଜନାନୁସାରେ ଆଜିର ମ୍ୟାଚରେ ବିପକ୍ଷ ଦଳକୁ ଖେଳ ଆରମ୍ଭରୁ ଚାପରେ ରଖିଥିଲୁ । ଫଳରେ ବିଜୟ ହାସଲ କରିଛୁ । ଯାହା ପାଇଁ ଖୁସି ଅଛି । ଏଥିସହ ଯୁବ ଖେଳାଳିଙ୍କ ପ୍ରଦର୍ଶନୀକୁ ନେଇ ମଧ୍ୟ ବେଶ୍‌ ଖୁସି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@FIH_Hockey

ଏହା ସହ ଆସନ୍ତାକାଲିର ଫାଇନାଲ ମ୍ୟାଚକୁ ନେଇ ଖେଳାଳୀ ଏସ୍‌ ଭି ସୁନୀଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ହୋଟେଲ ରୁମକୁ ଗଲା ପରେ ଆମେ ମ୍ୟାଚର ହାଇଲାଇଟ୍ସ ଦେଖିବୁ । ଶେଷ 2ଟି ମ୍ୟାଚରେ ଖେଳରେ କ'ଣ ତ୍ରୁଟି ରହିଛି ଦେଖି ତାହା ଖେଳରେ ସୁଧାର ଆଣିବୁ ଓ ଆସନ୍ତାକାଲି ମ୍ୟାଚରେ ଆମେ ଫୁଲଦମ୍‌ରେ ଖେଳିବାକୁ ଆସିବୁ।

ABOUT THE AUTHOR

...view details