କଟକ: ସୁଲତାନ ଜୋହାର କପ ହକି ପାଇଁ ଚୟନ ହୋଇଛି 18 ଜଣିଆ ଭାରତୀୟ ଜୁନିଅର ଟିମ୍ । ଏହି ଦଳରେ 4 ଓଡ଼ିଆ ସାମିଲ ଅଛନ୍ତି । ସେମାନେ ହେଲେ ପ୍ରତାପ ଲାକ୍ରା, ସୁମନ ବେକ, ସୁଦୀପ ଚିରମାକୋ ଓ ଶିଳାନନ୍ଦ ଲାକ୍ରା ।
ଏହି ମେଗା ଇଭେଣ୍ଟ 12 ଅକ୍ଟୋବରରୁ ଆରମ୍ଭ ହୋଇ 19 ଅକ୍ଟୋବର ପର୍ଯ୍ୟନ୍ତ ମାଲେସିଆରେ ଚାଲିବ । ମନ୍ଦିପ ମୋରଙ୍କ ଅଧିନାୟକତ୍ବରେ ଟିମ ଯିବ ମାଲେସିଆ । ସେହିପରି ଡିଫେଣ୍ଡର୍ ଦିନଚନ୍ଦ୍ର ସିଂହ ମୋଇରାଙ୍ଗଥେମ ଏବଂ ଶାରଦାନନ୍ଦ ତିୱାରୀ ନୂଆ ମୁହଁ ଭାବେ ଟିମରେ ସାମିଲ୍ ହୋଇଛନ୍ତି । ଅଭିଜ୍ଞ ଦିଲପ୍ରୀତ ସିଂହ ଫରୱାର୍ଡ ଟିମକୁ ଲିଡ୍ କରିବେ ।