ଓଡିଶା

odisha

ETV Bharat / sports

କଳିଙ୍ଗ ଷ୍ଡାଡିୟମରେ 2 ଦିନିଆ ସ୍ପୋର୍ଟସ ଇନୋଭେସନ ଫେଷ୍ଟିଭାଲ - Sports Innovation Festival inagurated

କଳିଙ୍ଗ ଷ୍ଟାଡିୟମରେ ଦୁଇ ଦିନିଆ ସ୍ପୋର୍ଟସ ଇନୋଭେସନ ଫେଷ୍ଟିଭାଲର ଶୁଭାରମ୍ଭ ହୋଇଛି। ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଅଧିକ ପଢନ୍ତୁ...

Sports Innovation Festival
ସ୍ପୋର୍ଟସ ଇନୋଭେସନ ଫେଷ୍ଟିଭାଲ

By

Published : Jan 18, 2020, 2:29 PM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଦୁଇ ଦିନିଆ ସ୍ପୋର୍ଟସ ଇନୋଭେସନ ଫେଷ୍ଟିଭାଲର ଶୁଭାରମ୍ଭ ହୋଇଛି। ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।

ଦେଶର କ୍ରୀଡା କ୍ଷେତ୍ରରେ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ରାଜ୍ୟର ଯୁବଗୋଷ୍ଠୀଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ। ଏହାସହିତ କ୍ରୀଡା ବ୍ୟବସାୟ କ୍ଷେତ୍ରରେ ନୂଆ ଷ୍ଟାର୍ଟ ଅପ ଓ ଏଣ୍ଟରପ୍ରିନୟରକୁ ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଉଦଘାଟନ ଉତ୍ସବରେ ଅନ୍ୟତମ ଅତିଥିଭାବେ ହକି ପ୍ରମୋଶନ କାଉନସିଲର ଦିଲ୍ଲୀପ ତିର୍କୀ, ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ ଓ ଏକସଇବିଏସ ଅଧ୍ୟକ୍ଷ ଆସଲେ ଫରନାଡେଶ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶାରେ ହକି ଭଳି ଅନ୍ୟ ଖେଳ ପ୍ରତି କ୍ରୀଡା ମନୋଭାବ ବୃଦ୍ଧି କରିବା ଦିଗରେ ଏହା ସହାୟକ ହେବ ବୋଲି ସମସ୍ତେ ମତ ଦେଇଥିଲେ। ଏହି ଫେଷ୍ଟିଭାଲରେ କ୍ରୀଡାବିତଙ୍କ ପାଇଁ ସ୍ପୋର୍ଟସ ଭିଲେଜ ଓ ହାକାଥନ ଆୟୋଜନ କରାଯାଇଛି। ଯେଉଁଥିରେ ବିଭିନ୍ନ ଖେଳ ଖେଳିବା ସହ ଖେଳ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିପାରିବେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details