ନୂଆଦିଲ୍ଲୀ: ହକି ଇଣ୍ଡିଆର ଉଚ୍ଚ-ପ୍ରଦର୍ଶନ ନିର୍ଦ୍ଦେଶକ ପଦରୁ ଡେଭିଡ ଜନଙ୍କ ଇସ୍ତଫା ଗୃହୀତ । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ମଙ୍ଗଳବାର ଜନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛି ।
ଚଳିତ ମାସ 18 ତାରିଖରେ ଇମେଲ ଯୋଗେ ସେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଓ ହକି ଇଣ୍ଡିଆକୁ ଇସ୍ତଫା ପତ୍ର ପଠାଇଥିଲେ ।
ଭାରତରେ କୋଭିଡ-19 ସ୍ଥିତି ଓ ତାଙ୍କର ଅସୁସ୍ଥତା କାରଣରୁ ଡେଭିଡ ଜନ୍ ଇସ୍ତଫା ଦେଇଥିବା ଏକ ଅଫିସିଆଲ ଘୋଷଣାନାମାରେ ସାଇ ପକ୍ଷରୁ ସୂଚନା ମିଳିଛି । 2021 ସେପ୍ଟେମ୍ବର ପର୍ଯ୍ୟନ୍ତ ସାଇ ସହ ତାଙ୍କର ଚୁକ୍ତି ରହିଥିଲା । ଇସ୍ତଫା ପରେ ଜନ ଅଷ୍ଟ୍ରେଲିଆ ଗସ୍ତ କରିବେ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ