ଓଡିଶା

odisha

ETV Bharat / sports

2023 ହକି ବିଶ୍ବକପରେ ରାଉରକେଲା ସୁନ୍ଦର ଭେନ୍ୟୁ ହେବ: ବାତ୍ରା - ମନ୍ତ୍ରୀ ତୁଷାରକାନ୍ତି ବେହେରା

2023 ହକି ବିଶ୍ବକପ ପାଇଁ ରାଉରକେଲା ଏକ ଭଲ ଭେନ୍ୟୁ । ଷ୍ଟାଡିୟମ ପ୍ରସ୍ତୁତି ନେଇ ପରିଦର୍ଶନରେ ଆସି ଏହା କହିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ନରିନ୍ଦର ଧ୍ରୁବ ବାତ୍ରା । ଅଧିକ ପଢନ୍ତୁ...

Rourkela will be a great venue for 2023 Hockey World Cup: Batra
2023 ହକି ବିଶ୍ବକପରେ ରାଉରକେଲା ସୁନ୍ଦର ଭେନ୍ୟୁ ହେବ: ବାତ୍ରା

By

Published : Dec 11, 2020, 8:54 PM IST

ରାଉରକେଲା: ହକି ପୁରୁଷ ବିଶ୍ବକପ 2018ର ସଫଳ ଆୟୋଜ କରିଥିଲା ଓଡିଶା । କଳିଙ୍ଗରେ ହୋଇଥିଲା ହକି ମହାସମର । ଏହାପରେ ଅନ୍ତର୍ଜାତୀୟ ହକି ଫେଡେରେସନ(ଏଫଆଇଏଚ) କ୍ରମାଗତ ଦ୍ବିତୀୟ ଥର ପାଇଁ 2023 ସଂସ୍କରଣର ପୁରୁଷ ହକି ବିଶ୍ବକପର ଆୟୋଜକ ଭାବେ ଓଡିଶାକୁ ଚୟନ କରିଛି ।

ମ୍ୟାଚ ପାଇଁ ଭୁବନେଶ୍ବର ସହ ରାଉରକେଲା ନୂତନ ଭେନ୍ୟୁ ଭାବେ ଯୋଡିହୋଇଛି । 2023 ହକି ବିଶ୍ବକପ ପାଇଁ ରାଉରକେଲା ଏକ ଭଲ ଭେନ୍ୟୁ । ଷ୍ଟାଡିୟମ ପ୍ରସ୍ତୁତି ନେଇ ପରିଦର୍ଶନରେ ଆସି ଏହା କହିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ।

ଅଲମ୍ପିକ୍ସ ପରେ ବିଶ୍ବକପ ହକିର ପ୍ରମୁଖ ଟୁର୍ଣ୍ଣାମେଣ୍ଟ । ସୁନ୍ଦରଗଡର ରାଉରରେଲା ଅଞ୍ଚଳରେ ଏହାକୁ ନେଇ ଏବେଠାରୁ ଉତ୍ସାହ ଦେଖାଦେଲାଣି ।

ଇସ୍ପାତ ସହର ରାଉରକେଲା ଓଡିଶାର ସୁନ୍ଦରଗଡର ପ୍ରମୁଖ ସ୍ଥାନ । ଆଗାମୀ ସଂସ୍କରଣର ହକି ବିଶ୍ବକପ ପାଇଁ ପ୍ରସ୍ତୁତି ନେଇ ରାଉରକେଲା ଗସ୍ତ କରିଛନ୍ତି । ଓଡିଶାର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ବିଶାଳ ଦେବ ଓ ରାଜ୍ୟ କ୍ରୀଡା ବିଭାଗର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ବିଶ୍ବ ତମାମରୁ ଆସିବାକୁ ଥିବା ସମସ୍ତ ଖେଳାଳି, ମ୍ୟାଚ ଅଧିକାରୀ, ଓ ସ୍ପୋର୍ଟ୍ସ ଅଧିକାରୀଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି । ଏହି ଅଭିଜ୍ଞତା ଯେପରି ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ସେ ଦିଗରେ ପ୍ରସ୍ତୁତି କରାଯାଉଛି କହିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । 2022 ମଧ୍ୟ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details