ଓଡିଶା

odisha

ହକି ବିଶ୍ବକପ ପାଇଁ ରାଉରକେଲାର ହେବ ନବକଳେବର, ଜାଣନ୍ତୁ କ’ଣ ହେବ ବିକାଶ

କ୍ରମାଗତ ଭାବେ 2ଥର ପାଇଁ ପୁରୁଷ ହକି ବିଶ୍ବକପର ଆୟୋଜକ ହୋଇଛି ଓଡିଶା।2023 ହକି ବିଶ୍ବକପ ଭୁବନେଶ୍ବର-ରାଉରକେଲା 2ଟି ସହରରେ ଖେଳାଯିବ। ଏଥିପାଇଁ ରାଉରକେଲାରେ ଭିତ୍ତିଭୂମିର ବିକାଶ ପାଇଁ 600 କୋଟି ଟଙ୍କା ଖର୍ଚ୍ଚ କରାଯିବ।

By

Published : Dec 16, 2019, 8:57 PM IST

Published : Dec 16, 2019, 8:57 PM IST

Updated : Dec 16, 2019, 10:23 PM IST

ରାଉରକେଲାର ହେବ ନବକଳେବର
ରାଉରକେଲାର ହେବ ନବକଳେବର

ଭୁବନେଶ୍ବର: କ୍ରମାଗତ ଭାବେ 2ଥର ପାଇଁ ପୁରୁଷ ହକି ବିଶ୍ବକପର ଆୟୋଜକ ହୋଇଛି ଓଡିଶା । 2023 ହକି ବିଶ୍ବକପ ଭୁବନେଶ୍ବର-ରାଉରକେଲା 2ଟି ସହରରେ ଖେଳାଯିବ। ଏଥିପାଇଁ ରାଉରକେଲାରେ ଭିତ୍ତିଭୂମିର ବିକାଶ ପାଇଁ 600 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଭୁବନେଶ୍ବର ମ୍ୟାଚ ପାଇଁ ଏକମାତ୍ର ଭେନ୍ୟୁ ହେଉଥିବାରୁ ଚଣ୍ଡିଗଡ, ମୋହାଲି, ଦିଲ୍ଲୀ, ଚେନ୍ନାଇ ଓ ଲକ୍ଷ୍ନୌରେ କେତେକ ମ୍ୟାଚ ଖେଳାଯିବା ନେଇ ସମ୍ଭାବନା ଉପୁଜିଥିଲା। ମାତ୍ର ଓଡିଶା ଏହାକୁ କେବଳ ଭୁନେଶ୍ବରରେ ସୀମିତ ନରଖି ରାଉରକେଲାରେ ହେବା ନେଇ ପ୍ରସ୍ତାବ ରଖିଥିଲା। ଫଳରେ FIH ପକ୍ଷରୁ ଏଥିରେ ମୋହର ଲାଗିଥିଲା।

ଫଟୋ ସୌଜନ୍ୟ: twitter

2018 ପୁରୁଷ ହକି ବିଶ୍ବକପ ଆୟୋଜନ ବେଳେ ଓଡିଶା ସରକାର ପ୍ରାୟ 200 କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଭୁନେଶ୍ବରରୁ ରାଉରକେଲାର ଦୂରତା 350 କିଲୋମିଟରରୁ ଅଧିକ ହୋଇଥିବାରୁ ରାଉରକେଲାରେ ଭୁବନେଶ୍ବର ଭଳି ସମସ୍ତ ସୁବିଧା ଉପଲବ୍ଧ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଉରକେଲାକୁ ସ୍ମାର୍ଟସିଟି ପ୍ରୋ଼ଜେକ୍ଟ ମାଧ୍ୟମରେ 600 କୋଟିର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

ଘୋଷଣା ହୋଇଥିବା 600 କୋଟି ଟଙ୍କାର ବ୍ୟୟସୂଚୀ:

ପ୍ରଥମ ଫେଜରେ ଆମ୍ବେଦକର ଛକରୁ ଉଦିତ ନଗର ରାସ୍ତାକୁ 22.62 କୋଟି ବ୍ୟୟରେ ସ୍ମାର୍ଟ କରାଯିବ। ଦ୍ୱିତୀୟ ଫେଜରେ ଉଦିତ ନଗରରୁ ବିର୍ସା ଛକ ପର୍ଯ୍ୟନ୍ତ ରାସ୍ତାକୁ 125 କୋଟି ଟଙ୍କା ବ୍ୟୟରେ ବିଶ୍ବସ୍ତରୀୟ କରାଯିବ। 130 କୋଟି ବ୍ୟୟରେ ବିର୍ସାମୁଣ୍ଡା ମଲ୍ଟି-ପରପୋଜ ନିର୍ମାଣ ହେବ । ବସ ରହଣୀ ପାଇଁ 2.5 କୋଟି ଟଙ୍କା ବ୍ୟୟ କରାଯିବ। କମାଣ୍ଟ କଣ୍ଟ୍ରୋଲ ସେଣ୍ଟର, କନଫରେନ୍ସ ହଲ, ଅଡିଟୋରିୟମ ଓ ଜନଜାତି ସଂଗ୍ରହାଳୟ ତିଆରି ପାଇଁ 105 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ପାନପୋଷରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ ପାଇଁ 41.8 କୋଟି ଖର୍ଚ୍ଚ କରାଯିବ। 187 କୋଟି ବ୍ୟୟରେ 13ଟି ବସ୍‌ ଟର୍ମିନାଲ ନିର୍ମାଣ ହେବ । 5.72 କୋଟି ଟଙ୍କା ବ୍ୟୟରେ ସିକ୍ସ ପାର୍କ ହେବ। ପାନପୋଷରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ 9.62 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଝାରସୁଗୁଡା, ଜୟପୁର, ଉତକେଲା ଓ ରାଉରକେଲା ଏୟାରପୋର୍ଟର ଉନ୍ନତି ପାଇଁ 150 କୋଟି ବ୍ୟୟ ହେବ।

ଫଟୋ ସୌଜନ୍ୟ: twitter

ରାଉରକେଲାରେ ମ୍ୟାଚ ଆୟୋଜନ ନେଇ ଓଡିଶା ସରକାରଙ୍କ ପାଖରେ ଅନେକ ଚ୍ୟାଲେଞ୍ଜ ରହିଛି। ରାଉରକେଲା ଷ୍ଟାଡିୟମରେ ପ୍ରାୟ 25,000 ଦର୍ଶକଙ୍କ ପାଇଁ ବ୍ୟବସ୍ଥା ରହିଛି। ସେଥିପାଇଁ ଷ୍ଟାଡିୟମର ନବକଳେବର କରାଯାଇ ବିଶ୍ବସ୍ତରୀୟ କରାଯିବ। ରାଉରକେଲା ଏୟାରପୋର୍ଟରେ ବାଣିଜ୍ୟିକ ବିମାନ ଅବତରଣ ପାଇଁ ବ୍ୟବସ୍ଥା ନାହିଁ। ଏୟାରପୋର୍ଟରେ ସିଙ୍ଗଲ ରନୱେ ରହିଛି । ଭୁବନେଶ୍ବରରୁ ରାଉରକେଲା 350 କିମିରୁ ଅଧିକ ହୋଇଥିବାରୁ ଭୁବନେଶ୍ବରରୁ ବିମାନ ଯାତ୍ରାରେ ବିଳମ୍ବ ହେଇପାରେ। ରାଉରକେଲା ସହର ଠାରୁ ନିକଟବର୍ତ୍ତୀ ଏୟାରପୋର୍ଟ ହେଉଛି ଝାରସୁଗୁଡା। ଯାହାର ଦୂରତା 135 କିଲୋମିଟର। ସେଥିପାଇଁ ସେଠାରେ ମଧ୍ୟ ବିମାନ ଚଳାଚଳ ସ୍ବଭାବିକ ପାଇଁ ଲକ୍ଷ୍ୟ ରହିଛି । ଏଥିସହିତ କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ଅନୁୟାୟୀ 2023 ସୁଦ୍ଧା ରାଉରକେଲା ଏୟାରପୋର୍ଟରେ ବାଣିଜ୍ୟିକ ବିମାନ ଅବତରଣ ନେଇ ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖିଛି । ଫଳରେ ରାଉରକେଲା ଓ ଭୁବନେଶ୍ବର ମଧ୍ୟରେ ବିମାନ ଯାତ୍ରା ସହଜ ହୋଇପାରିବ।

Last Updated : Dec 16, 2019, 10:23 PM IST

ABOUT THE AUTHOR

...view details